Masthead

ଲୋକସେବା ଭବନ ବାହାରେ ସରକାରୀ କର୍ମଚାରୀଙ୍କୁ ହେବ ଟିକାକରଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ଟିକା । ଲୋକସେବା ଭବନ ବାହାରେ ଟିକା ନେଇପାରିବେ ସରକାରୀ କର୍ମଚାରୀ । ଏଥିପାଇଁ ଲୋକସେବା କନଭେନସନ ହଲରେ ସରକାରୀ ଅଫିସର କର୍ମଚାରୀ ଓ ଅଧିକାରୀଙ୍କ ଟିକାକରଣ ବ୍ୟବସ୍ଥା କରାଯାଇଛି । ଲୋକସେବା ଭବନକୁ ଯାଇ ଟିକା ନେଇ ପାରିବେ ସରକାରୀ ଅଧିକାରୀ । ଏନେଇ ସମସ୍ତଙ୍କୁ ଅନୁମତି ପ୍ରଦାନ କରାଯିବ ।

ଏସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଲୋକସେବା କନଭେନ୍‌ସନ୍‌ କେନ୍ଦ୍ରରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କୋଭିଡ ଟିକା ନେବାର ବ୍ୟବସ୍ଥା କରାଯାଇଥିବାରୁ ଅନ୍ୟ ଅଫିସର କର୍ମଚାରୀ ଓ ଅଧିକାରୀମାନେ ଲୋକସେବା ଭବନ ଆସିପାରୁନାହାନ୍ତି। ସେଥିପାଇଁ ଲୋକସେବା ଭବନର ପଛପଟ ଅର୍ଥାତ୍‌ ୫ ନମ୍ବର ଫାଟକ ପଟେ ସେମାନଙ୍କୁ ଆସିବାର ଅନୁମତି ଦିଆଯିବ । ତେବେ ଟିକା ନେବାକୁ ସରକାରୀ ଅଧିକାରୀ ମାନଙ୍କୁ ସେମାନଙ୍କ ବିଭାଗ ତରଫରୁ ସାଧାରଣ ପ୍ରଶାସନକୁ ଲୋଖାଯାଇଥିବା ଆନୁଷ୍ଠାନିକ ପତ୍ର ଓ ପରିଚୟ ପତ୍ର ସାଙ୍ଗରେ ଧରି ଯିବାକୁ ପଡ଼ିବ । ଏହି ଦୁଇଟି ପ୍ରମାଣ ପତ୍ର ନଥିଲେ କର୍ମଚାରୀଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା