ଲୋକସେବା ଭବନ ବାହାରେ ସରକାରୀ କର୍ମଚାରୀଙ୍କୁ ହେବ ଟିକାକରଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ଟିକା । ଲୋକସେବା ଭବନ ବାହାରେ ଟିକା ନେଇପାରିବେ ସରକାରୀ କର୍ମଚାରୀ । ଏଥିପାଇଁ ଲୋକସେବା କନଭେନସନ ହଲରେ ସରକାରୀ ଅଫିସର କର୍ମଚାରୀ ଓ ଅଧିକାରୀଙ୍କ ଟିକାକରଣ ବ୍ୟବସ୍ଥା କରାଯାଇଛି । ଲୋକସେବା ଭବନକୁ ଯାଇ ଟିକା ନେଇ ପାରିବେ ସରକାରୀ ଅଧିକାରୀ । ଏନେଇ ସମସ୍ତଙ୍କୁ ଅନୁମତି ପ୍ରଦାନ କରାଯିବ ।

ଏସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଲୋକସେବା କନଭେନ୍‌ସନ୍‌ କେନ୍ଦ୍ରରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କୋଭିଡ ଟିକା ନେବାର ବ୍ୟବସ୍ଥା କରାଯାଇଥିବାରୁ ଅନ୍ୟ ଅଫିସର କର୍ମଚାରୀ ଓ ଅଧିକାରୀମାନେ ଲୋକସେବା ଭବନ ଆସିପାରୁନାହାନ୍ତି। ସେଥିପାଇଁ ଲୋକସେବା ଭବନର ପଛପଟ ଅର୍ଥାତ୍‌ ୫ ନମ୍ବର ଫାଟକ ପଟେ ସେମାନଙ୍କୁ ଆସିବାର ଅନୁମତି ଦିଆଯିବ । ତେବେ ଟିକା ନେବାକୁ ସରକାରୀ ଅଧିକାରୀ ମାନଙ୍କୁ ସେମାନଙ୍କ ବିଭାଗ ତରଫରୁ ସାଧାରଣ ପ୍ରଶାସନକୁ ଲୋଖାଯାଇଥିବା ଆନୁଷ୍ଠାନିକ ପତ୍ର ଓ ପରିଚୟ ପତ୍ର ସାଙ୍ଗରେ ଧରି ଯିବାକୁ ପଡ଼ିବ । ଏହି ଦୁଇଟି ପ୍ରମାଣ ପତ୍ର ନଥିଲେ କର୍ମଚାରୀଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ