Masthead

ପ୍ଲାଜମା ସୃଷ୍ଟି କରୁଛି ଭାଇରସର ଭିନ୍ନ ଭିନ୍ନ ରୂପ!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଭିଡ଼ ରୋଗୀଙ୍କ ପାଇଁ ପ୍ଲାଜମା ବିପଦ ହୋଇପାରେ । ଏଭଳି ଏକ ତଥ୍ୟ ସାମ୍ନାକୁ ଆଣିଛି ଆଇସିଏମଆର । ଏହାଛଡ଼ା କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଆବଶ୍ୟକ ନଥିଲେ ଏହାର ବ୍ୟବହାର କରିବାକୁ ମଧ୍ୟ ବାରଣ କରିଛି ଆଇସିଏମଆର । ପ୍ରଥମ ଲହରରେ କରୋନାରୁ ଭଲ ହୋଇଥିବା ବ୍ୟକ୍ତଙ୍କ ଠାରୁ ପ୍ଲାଜମା ଆଣି ଗୁରୁତର ରୋଗୀଙ୍କ ପାଇଁ ବ୍ୟବହାର କରାଯାଉଥିଲା । ଏହାଦ୍ୱାରା ସେମାନେ ଭଲ ହେଉଥିବା କୁହାଯାଉଥିଲା ।

ତେବେ ଅନେକ କ୍ଷେତ୍ରରେ ଏହା ସତ ପ୍ରମାଣିତ ମଧ୍ୟ ହୋଇଛି । କିନ୍ତୁ ବର୍ତ୍ତମାନ ଗବେଷଣାରୁ ଜଣା ପଡ଼ିଛି ଯେ, ପ୍ଲାଜମା ବ୍ୟବହାର ଦ୍ୱାରା ଭାଇରସର ଭିନ୍ନ ଭିନ୍ନ ରୂପ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଏବେ ବି ପ୍ଲାଜମା ସନ୍ଧାନରେ ଲୋକେ ମେଡିକାଲରେ ଭିଡ଼ ଜମାଉଛନ୍ତି । ତେଣୁ ତୁରନ୍ତ ଏହାର ବ୍ୟବହାର ଉପରେ କଟକଣା ଲଗାଯିବା ଦରକାର ବୋଲି ଆଇସିଏମଆର କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ