Masthead

ଆଜି ଜେଇଇ ଆଡଭାନ୍ସ

ଆରମ୍ଭ ହୋଇଛି ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା । ଏଥିନିମନ୍ତେ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଚଳିତ ବର୍ଷ ଜେଇଇ ଆଡଭାନ୍ସ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ଦେଵେ ଛାତ୍ରଛାତ୍ରୀ । ଏଥିପାଇଁ ସାରା ଦେଶରେ ୧.୬୦ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ପେପର-୧ ପାଇଁ ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ସରିବ। ପେପର-୨ ପାଇଁ ଦ୍ୱିତୀୟ ସିଟିଂ ଅପରାହ୍ଣ ସାଢେ ୨ଟାରୁ ୫.୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କୋଭିଡ଼ କଟକଣାକୁ ପାଳନ କରାଯାଇ ପରୀକ୍ଷା କରିବାକୁ ଆଇଆଇଟି ଦିଲ୍ଲୀ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। କେନ୍ଦ୍ର ଭିତରକୁ ପରୀକ୍ଷାର୍ଥୀ ପ୍ରବେଶ କରିବା ସମୟରେ ହାତକୁ ସାନିଟାଇଜ୍‍ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ। ପରିସରରେ କୌଣସି ଅଭିଭାବକ ଏବଂ ଛାତ୍ରଛାତ୍ରୀ ଗହଳି କରିପାରିବେ ନାହିଁ। କରୋନା କଟକଣାକୁ ଲକ୍ଷ୍ୟ କରି ଏବର୍ଷ ଦେଶର ୨୨୨ଟି ସହରର ୧୧୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଗତବର୍ଷ ୧୬୪ଟି ସହରରେ ୬୦୦ଟି କେନ୍ଦ୍ର କରାଯାଇ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ