Masthead

ଅବହେଳିତ କରୋନା ଆକ୍ରାନ୍ତ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ଅବହେଳିତ କରୋନା ଆକ୍ରାନ୍ତ । ଭୋକ ଉପାସରେ ଗଛମୂଳେ ପଡିରହିଛନ୍ତି ବୃଦ୍ଧା ।  ବାସୁଦେବପୁର ପୌରପାଳିକା କାର୍ଯ୍ୟାୟଳୟର ଗଛମୂଳେ ପଡିରହିଥିବା ବୃଦ୍ଧା ଜଣକ କରୋନା ପଜିଟିଭ । ବୃଦ୍ଧାଙ୍କୁ ବୟସ ୬୨ବର୍ଷ । ସେ କରୋନା ପଜିଟିଭ ଚିହ୍ନଟ ପରେ ସଙ୍ଗରୋଧର ସୁବିଧା ନଥିବାରୁ ଗଛମୂଳେ ପଡିରହିଛନ୍ତି । ପୌର ପରିଷଦର କର୍ମଚାରୀମାନଙ୍କୁ ସରକାର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ମାତ୍ର ଏହି ଯୋଦ୍ଧାମାନେ କିପରି ମହାମାରୀ ସମୟରେ କାମ କରୁଛନ୍ତି, ଏହି ବୃଦ୍ଧାଙ୍କ କ୍ଷେତ୍ରରୁ ଜଳଜଳ ଦିଶୁଛି ।

ଅଫିସରଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ସମସ୍ତେ ଦେଖୁଥିଲେ ମଧ୍ୟ ସତେ ଯେମିତି ଆଖିବୁଜି ଦେଇଛନ୍ତି । କାନ୍ଦ କାନ୍ଦି ବୃଦ୍ଧା ଜଣକ କହିଛନ୍ତି, ନିଜର ଭଲ ଘର,ଶୌଚାଳୟ ଏବଂ ନଳକୂଅଟିଏ ନଥିବାରୁ ଗୋଷ୍ଠୀ ନଳକୂଅ ଉପରେ ନିର୍ଭର କରନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଗ୍ରାମବାସୀ ଚଳପ୍ରଚଳ କରିବାକୁ ବାରଣ କରିଥିଲେ । ବାଧ୍ୟ ହୋଇ ଗଛମୂଳକୁ ବାଛି ନେଇଛନ୍ତି । ଭୋକ ଉପବାସରେ ପଡିରହିଛନ୍ତି । ବାସୁଦେବପୁର ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ଭଦ୍ରକ ସ୍ଥାନାନ୍ତର କରିବୁ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ