Masthead

ଭାରତରେ ଉତ୍ପାଦନ ହେବ ‘ସ୍ଫୁଟନିକ୍ ଭି’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ଉତ୍ପାଦନ ହେବ ସ୍ଫୁଟନିକ-ଭି । ଚଳିତ ବର୍ଷ ଅଗଷ୍ଟ ମାସରୁ ଭାରତରେ କରୋନା ଟିକା ସ୍ଫୁଟନିକ୍ ଭିର ଉତ୍ପାଦନ ଆରମ୍ଭ ହେବ । ଏନେଇ ଆଜି ଋଷସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଡିବି ଭେଙ୍କଟେଶ ବର୍ମା ଘୋଷଣା କରିଛନ୍ତି । ସେପ୍ଟମ୍ବରରୁ ଅକ୍ଟୋବର ସୁଦ୍ଧା ଭାରତରେ ୮୫୦ ନିୟୁତ ଡୋଜ ସ୍ଫୁଟନିକ୍ ଭି ଉତ୍ପାଦନ ହେବ ବୋଲି କୁହାଯାଇଛି । ସମ୍ପୂର୍ଣ୍ଣ ପୃଥିବୀରେ ଯେତେ ପରିମାଣର ସ୍ଫୁଟନିକ୍ ଭି ଉତ୍ପାଦନ ହେବ ତା’ର ପ୍ରାୟ ୬୫%ରୁ ୭୦% ଭାରତରେ ଉତ୍ପାଦନ ହେବ । ଭାରତର ଚାହିଦା ପୂରଣ ହେବା ପରେ ଋଷ ଏହି ଟିକା ଗୁଡ଼ିକୁ ଅନ୍ୟାନ୍ୟ ଦେଶମାନଙ୍କୁ ଆମଦାନି କରିବ ।

ସେହିପରି ବ୍ଲାକ ଫଙ୍ଗସ୍ ଚିକିତ୍ସାର ଔଷଧ ଲାଗି ଭାରତ ଋଷ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରୁଛି । ତେବେ ସ୍ଫୁଟନିକ୍ ଭି ପ୍ରସ୍ତୁତି ପାଇଁ ଅର୍ଥ ଯୋଗାଇଥିବା ଋଷିଆର ସାର୍ବଭୌମ ସମ୍ପଦ ପାଣ୍ଠି ‘ଋଷିୟାନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ’ ଟିକା ଉତ୍ପାଦନ ଲାଗି ୫ଟି ଭାରତୀୟ କମ୍ପାନୀଙ୍କ ସହ ରାଜିନାମା ସ୍ୱାକ୍ଷର କରିଛି । ଋଷଠାରୁ ସମୁଦାୟ ୨ଲକ୍ଷ ୧୦ହଜାର ଡୋଜ ସ୍ଫୁଟନିକ୍ ଭି ଭାରତ ପାଇସାରିଛି, ମେ ଶେଷ ସୁଦ୍ଧା ଭାରତ ଆଉ ୩ନିୟୁତ ଡୋଜ ପାଇବ । ସେହିପରି ଜୁନ ଶେଷ ସୁଦ୍ଧା ୫ନିୟୁତ ଡୋଜ ଟିକା ଋଷଠାରୁ ଆମଦାନି ହେବ ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ