Masthead

କେତେ ଦିନ ସୁରକ୍ଷା ଦେବ କରୋନା ଟିକା?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ କେତେ ଦିନ ଟିକାର ପ୍ରଭାବ ରହିବ । ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ଟିକାର ପ୍ରଭାବ ଦିନେ ନା ଦିନେ ଫିକା ପଡ଼ିଯିବ କିନ୍ତୁ ଏହା କେତେ ଦିନ ଯାଏ କାଏମ ରହିବ ସେନେଇ ବିଶେଷଜ୍ଞମାନେ କିଛି ବି ନିଶ୍ଚିତ କରି କହି ପାରୁ ନାହାନ୍ତି । ତେବେ ଶୀତ ଋତୁରେ ଟିକା ନେଇଥିବା ଲୋକଙ୍କ ଠାରେ ପ୍ରଥମ ଲହର ଶେଷ ହେବା ଯାଏ ଟିକା କାଏମ ରହିବ ଓ ଏହା ମଧ୍ୟରେ ଟିକାର ଏକ ପରିବର୍ଦ୍ଧକ ମାତ୍ରା ଆସି ସାରିଥିବ ବୋଲି ଆଶା କରାଯାଉଥିଲା । ଯେଉଁଥିପାଇଁ ଶରୀରରେ କେତେ ପ୍ରତିଶତ ଆଣ୍ଟିବଡି ବିକଶିତ ହେଲା ,ସେ ନେଇ ବହୁ ଲୋକ ନମୁନା ପରୀକ୍ଷା କରିବାକୁ ମନ ବଳାଇଥିଲେ ।

କିନ୍ତୁ କୌଣସି କର୍କଟ ପୀଡ଼ିତ କିମ୍ବା ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ,ସେମାନଙ୍କ ପାଇଁ ଏହା ଏତେ ସହଜ ନଥିଲା । କିନ୍ତୁ ବର୍ତ୍ତମାନ ଏହା ସହଜ ବୋଲି ଏକ ପରୀକ୍ଷଣରୁ ଜଣାପଡ଼ିଛି । ଏହାରି ମଧ୍ୟରେ ଅନ୍ୟ ଏକ ଦୁଃଖଦ ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ପରୀକ୍ଷଣରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଶରୀରରେ କେତେ ଦିନ ଟିକାର ପ୍ରଭାବ ରହିବ ସେଭଳି କୌଣସି ନିର୍ଦ୍ଦିଷ୍ଟ ଭାବେ ପୂର୍ବାନୁମାନ କରି ହେଉନି । ପ୍ରତିଟି କୋଭିଡ଼ ଟିକା ୬ମାସ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ପାରିବ । ମାତ୍ର ଏହି ୬ମାସ ପରେ ଏହା କେତେ ସୁରକ୍ଷା ଆଉ କେତେ ଦିନ ରହିବ ତାହା କହିବା ଅସମ୍ଭବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା