Masthead

ଦିଲ୍ଲୀରେ ୧୮ରୁ ୪୪ବର୍ଷ ବୟସବର୍ଗଙ୍କ ଟିକାକରଣ ବନ୍ଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ଟିକା ସଙ୍କଟ । ଗଚ୍ଛିତ ଥିବା ଟିକା ଶେଷ ହୋଇ ସାରିଛି । ଫଳରେ ଶନିବାର ଠାରୁ ଦିଲ୍ଲୀରେ ୧୮ରୁ ୪୪ ବର୍ଷ ବୟସବର୍ଗଙ୍କ ଟିକାକରଣ ବନ୍ଦ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଅପରାହ୍ନରେ ଘୋଷଣା କରିଛନ୍ତି । ସହରରେ ମୋଟ ୩୬୮ ଟିକାଦାନ କେନ୍ଦ୍ର ଭିତରୁ ୨୩୫ଟି କେନ୍ଦ୍ରକୁ ଟିକା ଅଭାବରୁ ବନ୍ଦ କରି ଦିଆଯାଇଛି । ବାକି ଥିବା ୧୩୩ କେନ୍ଦ୍ରକୁ ଆଜି ବନ୍ଦ କରାଯିବ । ଦିଲ୍ଲୀରେ ସମସ୍ତ ନାଗରିକଙ୍କ ଟିକାକରଣ ପାଇଁ ଆହୁରି ୮୦ ଲକ୍ଷ ଟିକାର ଆବଶ୍ୟକତା ରହିଛି । କିନ୍ତୁ ରାଜ୍ୟରେ ଟିକା ନାହିଁ ।

ତେବେ ୨୪ଘଣ୍ଟା ମଧ୍ୟରେ ବିଦେଶୀ କମ୍ପାନୀଙ୍କଠାରୁ ଟିକା ଆଣି ସରକାର ରାଜ୍ୟମାନଙ୍କୁ ଯୋଗାନ୍ତୁ ବୋଲି ଦାବି କରିଛନ୍ତି କେଜ୍ରିୱାଲ । ସେହିପରି ଅନେକ ରାଷ୍ଟ୍ର ଆବଶ୍ୟକତା ଠାରୁ ଅଧିକ ଟିକାକୁ ଗଚ୍ଛିତ ରଖିଛନ୍ତି । ସରକାର ସେମାନଙ୍କୁ ଅନୁରୋଧ କଲେ ସେମାନେ ବଳକା ଟିକା ଗୁଡ଼ିକୁ ଭାରତକୁ ଦେବେ ବୋଲି ସେ ଆଶାବାଦୀ ଅଛନ୍ତି । ତେବେ ବାହାର କମ୍ପାନୀ ଗୁଡ଼ିକୁ ଭାରତରେ ଟିକା ଉତ୍ପାଦନ ପାଇଁ ସରକାର ଅନୁମତି ଦିଅନ୍ତୁ ବୋଲି ମଧ୍ୟ କେଜ୍ରିୱାଲ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା