Masthead

ବ୍ଲାକ ଫଙ୍ଗସକୁ ନେଇ ଆସିଲା ବିରଳ ଘଟଣା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ଚିନ୍ତା ବଢ଼ାଇ ଥିବାବେଳେ ବ୍ଲାକ ଫଙ୍ଗସକୁ ନେଇ ଆହୁରି ଚିନ୍ତା ବଢ଼ିଛି। ଅନେକ ରାଜ୍ୟ ଏହି ରୋଗକୁ ମହାମାରୀ ଘୋଷଣା କରି ସାରିଲେଣି। ଏସବୁ ଭିତରେ ବ୍ଲାକ ଫଙ୍ଗସକୁ ନେଇ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲରେ ବ୍ଲାକ ଫଙ୍ଗସକୁ ନେଇ ଏହି ବିରଳ ଘଟଣା ସାମ୍ନାକୁ ଆସିଛି। ମେଡିକାଲ ପରୀକ୍ଷଣରୁ ଜଣାପଡ଼ିଛି, ରୋଗୀଙ୍କ ଶରୀରର କ୍ଷୁଦ୍ର ଅନ୍ତଯନଳୀରେ ବ୍ଲାକ ଫଙ୍ଗସ ସଂକ୍ରମଣ ଦେଖିବାକୁ ମିଳିଛି।

ସିଟି ସ୍କାନ ପରେ ଏହା ଜଣାପଡ଼ିଛି। ଗଙ୍ଗାରାମ ହସ୍ପିଟାଲର ୨ଜଣ ରୋଗୀଙ୍କ ଶରୀରର କ୍ଷୁଦ୍ର ଅନ୍ତଯନଳୀରେ ବ୍ଲାକ ଫଙ୍ଗସ ସଂକ୍ରମଣ ଦେଖିବାକୁ ମିଳିଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଡାଇବେଟିସ ରୋଗରେ ଆକ୍ରାନ୍ତ ଥିବା ଏହି ଦୁଇ ରୋଗୀଙ୍କ ବୟସ ୫୬ ଓ ୬୮ ବର୍ଷ ବୋଲି ଜଣାପଡ଼ିଛି। ଉଭୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଷ୍ଟେରଏଡ ଦିଆଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଶ୍ରୀମୟୀଙ୍କ ନିଶାନାରେ ପାଣ୍ଡିଆନ 🔴 ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ 🔴 ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ