Masthead

ନିଲାମ ହେଲା ଆଇନଷ୍ଟାଇନଙ୍କ ହାତ ଲେଖା ଚିଠି

(ବଡ଼ ଖବର ବ୍ୟୁରୋ): ନିଲାମ ହେଲା ବିଶ୍ୱ ବିଖ୍ୟାତ ବୈଜ୍ଞାନିକଙ୍କ ହାତ ଲେଖା ଚିଠି । ୧.୨ମିଲିୟନ ଡଲାରରେ ଏହାର ନିଲାମ ହୋଇଛି । ତେବେ ଆଇନଷ୍ଟାଇନଙ୍କ ଯେଉଁ ଗାଣିତିକ ସୂତ୍ର ସମ୍ପୂର୍ଣ୍ଣ ଭୌତିକ ବିଜ୍ଞାନ ଜଗତକୁ ଚକିତକରିଥିଲା ତାହାକୁ ଏବେ ନିଲାମ କରାଯାଇଛି । ସେ ଦେଇଥିବା ଫର୍ମୁଲା “ଇ ଇକ୍ୱାଲ ଟୁ ଏମସି’ ଯାହାକୁ ଆଜି ବି ଭୌତିକ ବିଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ହୋଇ ହୋଇ ରହିଛି ତାହାକୁ ସେ ଯେଉଁଥିରେ ନିଜ ହାତରେ ଲେଖିଥିଲେ ତାହାକୁ ଏବେ ନିଲାମ କରାଯାଇଛି । ବୋଷ୍ଟନ ସ୍ଥିତ ଆରଆର ସଂସ୍ଥା ଏହି ନିଲାମ ଆୟୋଜନ କରିଥିଲା । ଏହି ଚିଠିକୁ ୧.୨ ମିଲିୟନ ଡଲାରରେ ନିଲାମ କରାଯାଇଥିବା ମଧ୍ୟ ଏହି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମରୁ ଆଇନଷ୍ଟାଇନଙ୍କ ହାତ ଲେଖା ପୁରୁଣା ଚିଠିର ବେସ ପ୍ରାଇସ ରଖାଯାଇଥିଲା ୪ ଲକ୍ଷ ଡଲାର ।

ତେବେ ଏହା ୧.୨ ମିଲିୟନ ଡଲାରରୁ ଅଧିକରେ ନିଲାମ ହେବା ସମସ୍ତଙ୍କୁ ଚକିତ କରିଛି । ଏହି ନିଲାମରେ ମୋଟ ୫ଜଣ ହିଁ ଅଂଶ ଗ୍ରହଣ କରିଥିଲେ ମେ ୧୩ ତାରିଖରୁ ଏହାର ନିଲାମ ଆରମ୍ଭ କରାଯାଇଥିଲା । ୧୯୪୬ ମସିହା ଅକ୍ଟୋବର ୨୬ ତାରିଖରେ ଆଇନଷ୍ଟାଇନ ଏହି ଚିଠି ଟିକୁ ଆମେରିକାର ଭୈାତିକ ବିଜ୍ଞାନୀ ଲଡୱିକ୍ ସିଲଭଲଷ୍ଟେଇନଙ୍କୁ ଲେଖିଥିଲେ । ସେତେବେଳେ ଲଡୱିକ୍ ସିଲଭଲଷ୍ଟେଇନ, ଆଇନଷ୍ଟାଇନଙ୍କ ସୂତ୍ର ଗୁଡିକର ବଡ ସମାଲୋଚକ ଥିଲେ । ତେଣୁ ତାଙ୍କୁ ଆଇନଷ୍ଟାଇନ ଏହି ଚିଠି ଲେଖି କହିଥିଲେ ତୁମ ପ୍ରଶ୍ନର ଉତର ଏହି ସୂତ୍ରରେ ରହିଛି । ଆଇନଷ୍ଟାଇନଙ୍କ ଏହି ହାତ ଲେଖା ଚିଠିଟିକୁ ଜଣେ ବ୍ୟକ୍ତଗତ ଭାବେ ପାଖରେ ରଖିଥିଲେ । ତେବେ ଆଇନଷ୍ଟାଇନ ପେପର ପ୍ରେଜେକ୍ଟରେ କାମ କରୁଥିବା ଅଧିକାରୀଙ୍କ ସୂଚନା ଅନୁସାରେ ଆଇନଷ୍ଟାଇନଙ୍କ ହାତ ଲେଖା ଗାଣିତିକ ସୂତ୍ରର ଏପରି ୩ଟି ଚିଠି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ