Masthead

ଜନ୍ମ ସାଥୀରେ, ମୃତ୍ୟୁ ବି ସାଥୀରେ

ଜଗନ୍ନାଥପ୍ରସାଦ (ବଡ଼ ଖବର ବ୍ୟୁରୋ): କୁହାଯାଏ କି ଲାଠି ପାହାରରେ ପାଣି ଦୁଇଭାଗ ହୋଇଯାଏନା । ସେମିତି ବାହ୍ୟ ପ୍ରଭାବରେ ରକ୍ତର ସମ୍ପର୍କ ସାମୟିକ ଭାବେ କିଛିଟା ହୁଗୁଳା ହୁଏ ତ ହୋଇଯାଏ, କିନ୍ତୁ ସମ୍ପୂର୍ଣ୍ଣ ଛିଣ୍ଡି ଯାଏନା । ହେଲେ ଏଠି କଥା ଟିକେ ଅଲଗା । ଆମେ କହୁଛୁ ଜାଆଁଳା ଦୁଇ ଭାଇଙ୍କ କଥା । ଯାହାକୁ ଶୁଣିଲେ ଆପଣ ଭାଙ୍ଗି ପଡ଼ିବେ । ଜାଆଁଳା ଭାଇ, ଜନ୍ମ ହୋଇ ଥିଲେ ସାଥୀରେ, ତାଙ୍କ ମୃତ୍ୟୁ ବି ଘଟିଲା ସାଥୀରେ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଚିକିଲି ଗ୍ରାମରେ ।

ମୃତ୍ୟୁ ଠାରୁ କମ ଭୟଙ୍କର ନୁହେଁ ଏ କରୋନା । ଦିନକୁ ଦିନ ଏଭଳି ଅନେକ ଚିତ୍ର ସାମ୍ନାକୁ ଆସୁଛି । ଚିକିଲି ଗ୍ରାମର ଧବଳେଶ୍ୱର ବେହରାଙ୍କ ଜାଆଁଳା ପୁଅ ଲବ, କୁଶ । ଦେଖିବାକୁ ସମ୍ପୂର୍ଣ ଏକାଭଳି ଓ ଏକା ସାଥିରେ ଜନ୍ମ, ପାଠ ପଢା, ପରେ ଚାକିରୀ ମଧ୍ୟ ଏକାଠି । ଶେଷରେ କରୋନା ମହାମାରୀ ସବୁଦିନ ପାଇଁ ଦୁହିଁ ଭାଇଙ୍କୁ ସମସ୍ତଙ୍କ ଠାରୁ ଛଡାଇ ନେଲା । ଯାହା ଅଞ୍ଚଳରେ ଶୋକାକୁଳ ପରିବେଷ ସୃଷ୍ଟି କରିଛି  । ଗତ ବର୍ଷ ଅନ୍ୟ କୌଣସି ରୋଗରେ ବାପା ଧବଳେଶ୍ୱର ଆରପାରିକୁ ଚାଲି ଯାଇଥିଲେ । ଏବେ ଦୁଇ ଜାଆଁଳା ପୁଅ ମଧ୍ୟ ଚାଲିଗଲେ ।

ଜାଆଁଳା ଭାଇ ଦୁହେଁ ପାଠ ପଢାରେ ସବୁବେଳେ ଆଗଧାଡିରେ । ୫-୭ ବର୍ଷ ଧରି ଭୁବନେଶ୍ୱର କୌଣସି ଶିକ୍ଷନୁଷ୍ଠାନରେ ରହି ହସଖୁସିରେ ପରିବାର ଚଳାଉଥିଲେ । ଗାଁ ହେଉ ବା ସହର, ଅସହାୟ ହେଉ କିମ୍ବା କାହାର ବିପଦ ସମୟରେ ଦୁଇ ଭାଇ ଏକାଠି ଠିଆ ହୋଇ ସହଯୋଗର ହାତ ବଢ଼ାନ୍ତି । ହେଲେ ଦୁହେଁ ଏବେ ଚିରନିଦ୍ରାରେ । ସମସ୍ତଙ୍କ ଆଖିରେ ଆଖିଏ ଲୁହ । ୩ ଦିନ ତଳେ କୁଶ ଆଖି ବୁଜିଥିଲେ, ଆଉ ଏବେ ଲବ । ଦୁଇ ଭାଇଙ୍କ ମୃତ୍ୟୁରେ ଗ୍ରାମରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା