Masthead

୧୨ବର୍ଷରୁ ଅଧିକ ବୟସବର୍ଗଙ୍କ ପାଇଁ ୫କୋଟି ଡୋଜ ଟିକା ଯୋଗାଇବାକୁ ପ୍ରସ୍ତୁତ ଫାଇଜର

ନୂଆଦିଲ୍ଲ୍ଲୀ(ବଡ଼ ଖବର ବ୍ୟୁରୋ): ୧୨ରୁ ଅଧିକ ବୟସବର୍ଗଙ୍କ ପାଇଁ ଫାଇଜର ଟିକା ଉପଯୁକ୍ତ । ଏନେଇ ଆମେରିକୀୟ ଔଷଧ କମ୍ପାନୀ ଫାଇଜର କେନ୍ଦ୍ର ସରକାରଙ୍କୁ କହିଛି । ୨ରୁ ୮ଡିଗ୍ରୀ ତାପମାତ୍ରାରେ ଫାଇଜର ଗଚ୍ଛିତ ମଧ୍ୟ ରଖିହେବ । ‘ଇଣ୍ଡେମିନିଟି ପ୍ରୋଟେକ୍ସନ୍‌ ଲାଏବିଲିଟି’ ସଂକ୍ରାନ୍ତରେ ‘ଫାଇଜର’ର ଅଧିକାରୀ ଏବଂ ସରକାର ଆଲୋଚନା କରିଛନ୍ତି। ତେବେ ଭାରତକୁ ଟିକା ଆଣିବା ପୂର୍ବରୁ କେତେକ ନିୟମ କୋହଳ କରିବା ଲାଗି ମଧ୍ୟ ‘ଫାଇଜର୍‌’ ସରକାରଙ୍କୁ ଅନୁରୋଧ କରିଛି ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।

ସର୍ତ୍ତାବଳୀ କୋହଳ ହେଲେ ୨୦୨୧ରେ ଭାରତକୁ ୫ କୋଟି କୋଭିଡ୍‌-୧୯ ଟିକା ଯୋଗାଇ ଦେବ ବୋଲି ‘ଫାଇଜର୍‌’ କହିଛି। ସେପଟେ ମୁମ୍ବାଇର ଏକ ଘରୋଇ ଔଧେ କମ୍ପାନୀ ସହ ମିଶି ଆମେରିକୀୟ କମ୍ପାନୀ ‘ମଡର୍ଣ୍ଣା’ ମଧ୍ୟ ଭାରତରେ କୋଭିଡ଼-୧୯ ଟିକା ଉତ୍ପାଦନ କରିବା ଲାଗି ଚେଷ୍ଟା ଚଳାଇଛି । ତେବେ ଆଗରୁ ମଡର୍ଣ୍ଣା ଓ ଫାଇଜର କମ୍ପାନୀ କେବଳ କେନ୍ଦ୍ର ସରକାରଙ୍କୁ ହିଁ ଟିକା ଦେବେ ବୋଲି କହି ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କୁ ସିଧାସଳଖ ଟିକା ଦେବାକୁ ମନା କରିଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି