Masthead

ବେଆଇନ କଫ ସିରପ ଜବତ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲାରୁ ପୁଣି ଧରାପଡିଲ। ବେଆଇନ୍ କଫ ସିରପ । ତୁରେକେଲାରୁ ଗାଡ଼ି ସହ ବିପୁଳ ପରିମାଣର କଫ ସିରପକୁ ଜବତ କରିଛି ପୋଲିସ। ଘଟଣାରେ ସଂପୃକ୍ତ ୨ ଜଣକୁ ଗିରଫ କରାଯାଇଛି। ୧୪ ହଜାର ୪୦୦ ବୋତଲ କଫ ସିରପ ଜବତ କରାଯିବା ସହ ନଗଦ ୧୩ ହଜାର ଟଙ୍କା ଓ କଫ ସିରପରେ ମିଶା ଯାଉଥିବା କିଛି ଟାବଲେଟ ମଧ୍ୟ ଜବତ କରାଯାଇଛି। କାରବାରରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି।

କର୍ଣ୍ଣାଟକ ନମ୍ୱର ଥିବା ଏକ ଗାଡ଼ିରେ ବିପୁଳ ପରିମାଣର କଫ ସିରପ ବଲାଙ୍ଗିର ଜିଲ୍ଲାର ତୁରେକେଲା ଅଞ୍ଚଳକୁ ଆସୁଥିଲା। ଖବର ପାଇ ତୁରେକେଲା ପୋଲିସ ଗାଡ଼ି ସହ ୯୦ କାଟୁନ କଫ ସିରପ ଜବତ କରିଥିଲା । କଫ ସିରପ ଗାଡ଼ି ଓ ଅଭିଯୁକ୍ତଙ୍କୁ ବଲାଙ୍ଗିର ଏସପି ଅଫିସକୁ ଅଣାଯାଇଥିଲା। ଏସପି ନୀତିନ କୁସଲକର ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଥିଲେ। ୧୪ ହଜାର ୪୦୦ ବୋତଲ କଫ ସିରପ ସହ ଗାଡ଼ି, ନଗଦ ୧୩ ହଜାର, ନିଶା ବଟିକା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ