ମହାରାଷ୍ଟ୍ରରେ ପୁଣି ବଢ଼ିଲା ଲକଡାଉନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ପୁଣି ଘୁଞ୍ଚିଲା ଲକଡାଉନ । ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ମହାରାଷ୍ଟ୍ରରେ ଲକଡାଉନ । କରୋନାର ତୃତୀୟ ପ୍ରବାହ ପ୍ରତି ଜନତାଙ୍କୁ ସଚେତନ କରାଇବା ସହ ଅମାନିଆ ହୁଅନ୍ତୁ ନାହିଁ ବୋଲି କହି ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତେବେ ସେ କହିଚନ୍ତି ପ୍ରତିଟି ଜିଳ୍ଲାର କୋଭିଡ଼ ଅବସ୍ଥା ସମୀକ୍ଷା କରିବା ପରେ କେଉଁ ଅଞ୍ଚଳରେ କଟକଣା ସୁଦୃଢ଼ ହେବ କେଉଁ ଅଞ୍ଚଳରେ କୋହଳ ହେବ ତାହା ରାଜ୍ୟ ସରକାର ବିଚାର କରିବେ । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, କେତେବେଳେ ତୃତୀୟ ପ୍ରବାହ ଆସିବ ତାହା ଆମେ ଜାଣିନେ । ତେଣୁ ଅମାନିଆ ହେବ ଅନୁଚିତ ।

ରାଜ୍ୟରେ ଏବେ ସୁସ୍ଥ ହାର ୯୨% ରହିଛି । ମୃତ୍ୟୁ ହାର ବି କମୁଛି । ତେବେ ତୃତୀୟ ସଂକ୍ରମଣ ସମୟରେ ସମ୍ଭାବ୍ୟ ଡାକ୍ତର ସଙ୍କଟଜନିତ ସମସ୍ୟା ଏଡ଼ାଇବାକୁ ଯାଇ ‘ମାଜା ଡକ୍ଟରଦ’ (ମୋ ଡାକ୍ତର) ନାମରେ ନୂଆ ଉପକ୍ରମ ଆରମ୍ଭ ହୋଇଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସମସ୍ତ ପାରିବାରିକ ଡାକ୍ତରମାନଙ୍କୁ ନିବେଦନ କରି ସେ କହିଛନ୍ତି, ଆସନ୍ନ ବର୍ଷାଋତୁରେ ଲୋକମାନଙ୍କ ଠାରେ କୋଭିଡ୍‌ ସଦୃଶ ଲକ୍ଷଣ ଦେଖାଦେବ। ସେଥିପାଇଁ ବିଚଳିତ ନ ହେବାକୁ ପାରିବାରିକ ଡାକ୍ତରମାନେ ସେମାନଙ୍କୁ ପରାମର୍ଶ ଦେବେ। ଏହା ବ୍ୟତିରେକେ, ପାରିବାରିକ ଡାକ୍ତରମାନେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ସେମାନଙ୍କ ଘରେ ଚିକିତ୍ସା କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’