Masthead

ମେହୁଲ ଚୋକସିଙ୍କୁ ଆଣିବାକୁ ଡୋମିନିକାରେ ଭାରତର ୮ ଜଣିଆ ଟିମ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଫେରିବ ମେହୁଲ ଚୋକସି । ଡୋମିନିକାରେ ଗିରଫ ପରେ ଏବେ ତାଙ୍କୁ ଭାରତ ଆଣିବାକୁ ଡୋମିନିକାରେ ଡେରା ପକାଇଛି ଭାରତର ଇଡି, ସିବିଆଇ ଭଳି ଏକାଧିକ ସଂସ୍ଥାର ୮ଜଣିଆ ଟିମ । ବୁଧବାର ଡୋମିନିକା କୋର୍ଟରେ ଶୁଣାଣି ସମୟରେ କୋର୍ଟରେ ଚୋକସିର ଅର୍ଥନୈତିକ ଅପରାଧର ଦସ୍ତାବିଜ ଦାଖଲ ସହିତ ଡୋମିନିକାର ସରକାରୀ ଓକିଲଙ୍କୁ ସାହାଯ୍ୟ କରିବ ଭାରତୀୟ ପ୍ରତିନିଧି ଦଳ । କେବଳ ସେତିକି ନୁହେଁ ମେହୁଲ ଚୋକସି ଭାରତୀୟ ନାଗରିକ ବୋଲି ପ୍ରମାଣ ପତ୍ର ଦେଇ ତାକୁ ଭାରତ ଫେରିବାକୁ କୋର୍ଟରେ ଆବେଦନ କରିବ ଏହି ୮ଜଣିଆ ଦଳ ।

ତେବେ ୨୦୧୭ରୁ ଚୋକସି ଆଣ୍ଟିଗୁଆର ନାଗରିକତା ଗ୍ରହଣ କରି ୨୦୧୮ରୁ ସେଠାରେ ରହି ଆସୁଥିଲା । ଆଣ୍ଟିଗୁଆରୁ କ୍ୟୁବାକୁ ଫେରାର ହେଉଥିବା ସମୟରେ ଡୋମିନିକାରେ ଧରା ପଡ଼ିଛି ଚୋକସି । ତେବେ ସେ ଡୋମିନିକାର ସଦସ୍ୟ ନହୋଇଥିବା କାରଣରୁ ସେଠାକାର ମୌଳିକ ଅଧିକାର ନେଇ କୌଣସି ଦାବି କରିପାରିବନି ଏବଂ ତାର ଭାରତ ଆସିବା ଏକ ପ୍ରକାର ସହଜ ହୋଇଯିବା ନେଇ ଅନୁମାନ କରାଯାଉଛି ।

ସେହିଭଳି ଡୋମିନିକା କୋର୍ଟ ଚୋକସିକୁ ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଲେ ଏହି ଟିମ ଚୋକସି କୁ କତାର ଭାୟା ଦେଇ ଭାରତ ଆଣିବ । ଦିଲ୍ଲୀ ପହଞ୍ଚିବା ମାତ୍ରେ ଏୟାରପୋର୍ଟରେ ହିଁ ତାକୁ ଗିରଫ କରାଯିବ । ମିଶନ ଚୋକସି ଟିମରେ ଡୋମିନିକା ଯାଇଛନ୍ତି ସିବିଆଇର ବ୍ୟାଙ୍କିଙ୍ଗ ଫ୍ରଡ ବିଭାଗର ମୁଖ୍ୟ ଶାରଦା ରାଉତ । ତାଙ୍କ ନେତୃତ୍ୱରେ ଯାଇଛନ୍ତି ସିବିଆଇର ୨ଜଣ ଅଧିକାରୀ, ପ୍ରବର୍ତନ ନିର୍ଦ୍ଦେଶାଳୟର ୨ ଜଣ ଏବଂ ସିଆରପିଏଫର ୨ ଜଣ ଅଧିକାରୀ । ମେ ୨୬ ତାରିଖରେ ଚୌକସି ଧରା ପଡିବା ପରେ ଭାରତର ଏହି ଟିମ୍ ମେ ୨୮ ତାରିଖରେ ଛୋଟ ଦ୍ୱୀପ ଡୋମିନିକାରେ ପହଂଚିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ସ୍ୱାମୀକୁ ହାଣିଦେଲା ସ୍ତ୍ରୀ 🔴 ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ରାଜଧାନୀବାସୀ 🔴 ଆଇସିୟୁରେ ପାକିସ୍ତାନର ଏୟାରବେସ୍ 🔴 ମହାରାଷ୍ଟ୍ର-ମଧ୍ୟପ୍ରଦେଶରେ ମଲ୍ଟି-ଟ୍ରାକିଂ ରେଳ ପ୍ରକଳ୍ପ 🔴 ପୁଣି ମକଡ୍ରିଲ୍, ଏଥର ଏହି ରାଜ୍ୟରେ… 🔴 ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ