Masthead

କୁକୁରକୁ ଗୁଳି କରୁଥିଲେ, ପୁଅକୁ ବାଜିଲା

(ବଡ଼ ଖବର ବ୍ୟୁରୋ): ଆମେରିକାର ଟେକ୍ସାସରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମା’ ତାଙ୍କ ପୁଅକୁ ଗୁଳି କରିଛନ୍ତି । ହ୍ୟୁଷ୍ଟନ ପୋଲିସର ସୂଚନାନୁସାରେ ରାସ୍ତାରେ ଦୌଡୁଥିବା କୁକୁରକୁ ଗୁଳି କରିବାକୁ ଚାହୁଁଥିଲେ ମା’, ହେଲେ ଗୁଳିଟି ନିଜ ପୁଅ ଦେହରେ ବାଜିଥିଲା । ଆଲେଞ୍ଚିଆ ମିୟା ଭର୍ଗାସ ତାଙ୍କ ପୁଅ ଏବଂ ଅନ୍ୟ ସଦସ୍ୟମାନେ ରାସ୍ତାରେ ସାଇକେଲ ଚଳାଉଥିଲେ । ଏହି ସମୟରେ ୬ମାସର ବ୍ରୁନୋ (କୁକୁର) ମଧ୍ୟ ରାସ୍ତାରେ ବୁଲୁଥିଲା ।

ବ୍ରୁନୋର ମାଲିକ କହିଛନ୍ତି, ବ୍ରୁନୋ ଭୁକିବା କାରଣରୁ ସେ ଘରୁ ବାହାରକୁ ଦୌଡି ଆସିଥିଲେ । ସେ ଭାବିଥିଲେ ତାଙ୍କ ଭାଇ ଆସିଛନ୍ତି ତେଣୁ ବ୍ରୁନୋ ଭୁକୁଛି । ସେ ବାହାରକୁ ଯିବାପରେ ବ୍ରୁନୋ ତାଙ୍କ ପାଖକୁ ଦୌଡି ଆସିଥିଲା । ଡିଟେକ୍ଟିଭ ଜେ ହସଲି କହିଛନ୍ତି ଯେ, ମହିଳା ଜଣକ ୩ଟି ଗୁଳି କରିଥିଲେ । ସେଥିମଧ୍ୟରୁ ଗୋଟିଏ ତାଙ୍କ ପୁଅ ଦେହରେ ଲାଗିଥିଲା । ଗୁଳିଟି ତାଙ୍କ ପୁଅରୁ ପେଟରେ ପଶିଥିଲା । ଛୋଟ କ୍ୟାଲିବର ପିସ୍ତଲରୁ ଏହି ଗୁଳି କରାଯାଇଥିଲା । ବର୍ତ୍ତମାନ ତାଙ୍କ ପୁଅ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୁଳି ପିଲାକୁ ମାରିବା ମାତ୍ରେ ପିତାମାତା ଚିକ୍ରାର କରି ଉଠିଥିଲେ । ବ୍ରୁନୋଙ୍କ ଗୋଟିଏ ଗୋଡରେ ସାମାନ୍ୟ ଆଘାତ ଲାଗିଛି । ବାକି ଶିଶୁର ଅବସ୍ଥା ସ୍ଥିର ଅଛି । ଏଥିସହ ମହିଳାଙ୍କୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି । ତାଙ୍କ ଉପରେ ଅନେକ ଅଭିଯୋଗ ମଧ୍ୟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ