ବିଜେପି-କଂଗ୍ରେସକୁ ବିଜେଡିର ପ୍ରଶ୍ନ, ମାଟି ଆଗେ ନା ପାର୍ଟି ଆଗେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି-କଂଗ୍ରେସକୁ ବିଜେଡିର ପ୍ରଶ୍ନ ମାଟି ଆଗେ ନା ପାର୍ଟି ଆଗେ । ମହାନଦୀ ଜଳ ବିବାଦକୁ ବିଜେପି ଓ କଂଗ୍ରେସକୁ ପ୍ରଶ୍ନ କରିଛି ବିଜେଡି । ବିଜେଡି କହିଛି ୨୦୧୭ମସିହାରେ ଛତିଶଗଡ଼ ମହାନଦୀ ଉପରେ ବନ୍ଧ ବାନ୍ଧିଥିଲେ ସେହି ସମୟରେ ରାଜ୍ୟ ସରକାର ସେନେଇ ଲଢେଇ କରି ମହାନଦୀ ବଞ୍ଚାଇବା ପାଇଁ ଚାହିଁଥିଲେ। ହେଲେ ସେତେ ବେଳେ ବିଜେପି ସରକାର କର୍ଣ୍ଣପାତ କଲେ ନାହିଁ। ସେତେ ବେଳେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅବଗତ କରି ନ୍ୟାୟ ମାଗିଥିଲୁ। କିନ୍ତୁ ନୀରବ ରହିଲେ ସରକାର। ଯାହା ପାଇଁ ଆମେ ବାଧ୍ୟ ହୋଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲୁ। ଟ୍ରିବ୍ୟୁନାଲ ମଧ୍ୟ ଗଠନ ହେଲା କିନ୍ତୁ ଟ୍ରିବ୍ୟୁନାଲର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଲାଣି।

କାହିଁକି ଚୁପ୍ ରହିଛି ରାଜ୍ୟ ବିଜେପି। କେନ୍ଦ୍ରରେ ତାଙ୍କ ସରକାର ଅଛନ୍ତି ସେଠାରେ ଦାବି କରି ଓଡ଼ିଶାକୁ ନ୍ୟାୟ ଦେବା ପାଇଁ କ’ଣ ପାଇଁ ଚେଷ୍ଟା କରୁନି ବିଜେପି ବୋଲି ପ୍ରଶ୍ନ କରିଛି ବିଜେଡି । ମାଟିକୁ ପଛରେ ପକାଇ ପାଟି କଥା ଚିନ୍ତା କରୁଛି ବିଜେପି। କଂଗ୍ରେସ ମଧ୍ୟ ତା ଅସଲ ରୂପ ଦେଖାଇଛି। ମହାନଦୀକୁ ନେଇଁ କଂଗ୍ରେସ ସେତେ ବେଳେ ଯେଇଭଳି ଚିତ୍କାର କରୁଥିଲା ଏବେ କିନ୍ତୁ ଚୁପ୍। ସେଠାରେ ତାଙ୍କ ସରକାର ଅଛି ଦଳ ଚାହିଁଲେ ହୁଏତ ଓଡ଼ିଶା ବାସୀ ତାଙ୍କ ମା ମହାନଦୀକୁ ଫେରି ପାଇବେ।କିନ୍ତୁ ତାହା ନ କରି ରାଜନୀତି କରୁଛନ୍ତି। ଆଉ ରାଜନୀତି ନ କରି ରାଜ୍ୟ ହକ୍ ପାଇଁ ଉଭୟ ଦଳ ଲଢେଇ କରନ୍ତୁ ଓ ତାଙ୍କ ପାଇଁ ମାଟି ଆଗ ନା ପାଟି ଆଗ ସ୍ପଷ୍ଟ କରନ୍ତୁ। ନଚେତ୍ ତାଙ୍କୁ କେବେ କ୍ଷମା ଦେବେ ନି ଓଡ଼ିଶାବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ