Masthead

ସ୍ପଷ୍ଟ ହେଲା ସାଂସଦଙ୍କ ବାପାଙ୍କ ଜାଲିଆତି, ପେନସନ ବନ୍ଦ କରି ଭର୍ତ୍ସନା କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜାଲ ସାର୍ଟିଫିକେଟ ଦେଇ ପେନସନ ଦାବି କରୁଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା । ଯାହାକୁ କଡ଼ା ଭାଷାରେ ଭର୍ତ୍ସନା କରିଛି ଉଚ୍ଚଶିକ୍ଷା ବିଭାଗ କରିଛି । ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି ରିଡର ପାହ୍ୟାର ପେନସନ ସୁବିଧା ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି କହିଥିଲେ ଯେ, ଆବେଦନକାରୀ ଜାଲ୍ ସାର୍ଟିଫିକେଟ୍ ଦେଇଥିବା ଭଳି ଲାଗୁଛି, ଯାହାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି । ଯାଞ୍ଚ ପ୍ରକ୍ରିୟା ସରିବାପରେ କର୍ତ୍ତୃପକ୍ଷ ଆବେଦନକାରୀଙ୍କୁ ତାଙ୍କର ସମସ୍ତ ପ୍ରାପ୍ୟ ପ୍ରଦାନ କରିବେ ବୋଲି ରାୟ ଦେଇଥିଲେ। ଏହି ରାୟ ପରେ ବିଭାଗ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା । ପରେ ଜଣା ପଡ଼ିଥିଲା ଯେ, ଅଭୟ ମହାନ୍ତି କନ୍ଦରପୁର କଲେଜରେ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ୧୯୯୭ ଜାନୁୟାରୀ ୨ତାରିଖରୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା ।

ତେବେ ରିଡର ପାହ୍ୟାକୁ ପଦୋନ୍ନତି ପାଇଁ ୪ ସପ୍ତାହର ୨ଟି ରିଫ୍ରେସର କୋର୍ସ ପ୍ରଶିକ୍ଷଣ ନେବା ଜରୁରୀ ଥିଲା । ସେହି ସମୟରେ ଅଭୟ ମହାନ୍ତି ଏହି କୋର୍ସର ସାର୍ଟିଫିକେଟ ଦେଇଥିଲେ । ଯେଉଁ ଆଧାରରେ ତାଙ୍କୁ ପଦୋନ୍ନତି ମିଳିଥିଲା । ପରେ ଅଭିଯୋଗ ଆସିଥିଲା ଯେ ଅଭୟ ମହାନ୍ତି ଜାଲ ସାର୍ଟିଫିକେଟ ଦେଇ ରିଡର ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଏହି ଅଭିଯୋଗ ପରେ ୨୦୦୯ ମାର୍ଚ୍ଚ ୨୭ତାରିଖରେ ତାଙ୍କର ପଦୋନ୍ନତିଜନିତ ସମସ୍ତ ବକେୟାକୁ ସ୍ଥଗିତ ରଖିବା ସହ ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ଶିକ୍ଷାବିଭାଗ । ୨୦୦୯ ଅଗଷ୍ଟ ୨୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ତଦନ୍ତ କରି ଅଭୟ ମହାନ୍ତି ଜାଲ ସାର୍ଟିଫିକେଟ ଦେଇଥିବା ସରକାରଙ୍କୁ ରିପୋର୍ଟ ଦେଇଥିଲେ ।

ଏହାପରେ ଅଧ୍ୟାପକ ଅଭୟ ମହାନ୍ତି ଯୁକ୍ତି ବାଢ଼ିଥିଲେ ଯେ ୟୁଜିସି ନିୟମ ଅନୁସାରେ ଚାକିରିରୁ ଅବସର ନେବାର ୩ବର୍ଷ ଭିତରେ ପଦୋନ୍ନତି ନିମନ୍ତେ କୌଣସି ରିଫ୍ରେସର କୋର୍ସ ପ୍ରମାଣପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ। ତେଣୁ ତାଙ୍କୁ ରିଡର ପାହ୍ୟାର ସମସ୍ତ ସୁବିଧାସୁଯୋଗ ଦିଆଯାଉ। ମାତ୍ର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଶ୍ରୀ ମହାନ୍ତି ୨୦୧୦ ମେ’ ୩୧ତାରିଖରେ ଅବସର ନେଇଥିବାବେଳେ ତା’ର ୧୩ବର୍ଷ ପୂର୍ବରୁ ଅର୍ଥାତ୍ ୧୯୯୭ ଜାନୁୟାରୀ ୨ରୁ ତାଙ୍କୁ ରିଡର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ତେଣୁ ୟୁଜିସି ସର୍କୁଲାର ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ କି ସେ ରିଡର ପାହ୍ୟାକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ନୁହଁନ୍ତି। ଯାହା ବିରୋଧରେ ଅଭୟ ମହାନ୍ତି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଶିକ୍ଷା ବିଭାଗ ପୁଣି ଏହାର ତଦନ୍ତ କରି ଏହା ପ୍ରମାଣ କରିଛି ଯେ, ସେ ଜାଲ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଏବଂ ଏହାର କଟୁ ଭାଷାରେ ସମାଲୋଚନା ମଧ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା