Masthead

ବିଦାୟ ‘ଶଲାବୁଢ଼ା’

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଚଳଚିତ୍ର ଶଲାବୁଢା । ଆଉ ଚଳିଚିତ୍ର ଶଲାବୁଢାର ମୁଖ୍ୟ ଚରିତ୍ରରେ ଥିଲେ ଡ଼ ଅଟଳ ବିହାରୀ ପଣ୍ଡା । ଯାହାଙ୍କୁ ହରାଇଛନ୍ତି ଆଜି ରାଜ୍ୟବାସୀ । ତାଙ୍କ ଦେହାନ୍ତରେ ସାରା ରାଜ୍ୟ ସମେତ ପଶ୍ଚିମ ଓଡିଶାରେ ଶୋକର ଛାୟା । କଳାଜଗତରେ ସୃଷ୍ଟି ହୋଇଛି ବିରାଟ ଶୂନ୍ୟସ୍ଥାନ । ତାଙ୍କ ବିୟୋଗରେ ସବୁଠି ଶୋକ । ନୀରବି ଯାଇଛି ଶଲାବୁଢାଙ୍କ ଦରିଦୀ କଣ୍ଠସ୍ୱର । ପଶ୍ଚିମଓଡିଶାର ପ୍ରସିଦ୍ଧ ସମ୍ବଲପୁରୀ ଅଭିନେତା ତଥା ସୁସାହିତ୍ୟକ ଡ଼ ଅଟଳ ବିହାରୀ ପଣ୍ଡା ଓରଫ ଶଳାବୁଢାଙ୍କର ହୋଇଛି ପରଲୋକ । ୯୨ ବର୍ଷରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ବୁର୍ଲା ବଡ଼ଡାକ୍ତରଖାନାରେ ଶନିବାର ଭୋର ୩ଟା ୪୫ ମିନିଟରେ ହୋଇଛି ଦେହାନ୍ତ । ପଞ୍ଚଭୂତରେ ଲୀନ ହୋଇଛି ତାଙ୍କ ପାର୍ଥୀବ ଶରୀର । ଝୁରୁଛନ୍ତି ତାଙ୍କ ଭଲ ପାଉଥିଲା ଲକ୍ଷଲକ୍ଷ କଳାପ୍ରେମି ।

ସମ୍ବଲପୁରୀ ଭାଷାରେ ଲିଖତ ଶତାଧିକ ନାଟକରେ ସେ କରିଥିଲେ ଅଭିନୟ । ମାତ୍ର ଶହେ ନାଟକକୁ ବଳି ଯାଇଥିଲା ୨୦୧୨ ମସିହାର ଶଳାବୁଢା ଚରିତ୍ର । ଯାହାକି ତାଙ୍କୁ ସାରା ଓଡିଶାରେ କରିଥିଲା ପରିଚିତ । ଆଉ ଏହି ଚଳଚିତ୍ରକୁ ମିଳିଥିଲା ଶ୍ରେଷ୍ଟ ଓଡିଆ ଚଳଚିତ୍ରର ମାନ୍ୟତା । ତାଙ୍କ ଉଚ୍ଚକୋଟିର ଅଭିନୟ ପାଇଁ ସେ ପାଇଥିଲେ ରାଜ୍ୟ ଚଳଚିତ୍ର ପୁରସ୍କାର । ୨୦୧୨ରୁ ୨୦୨୦ । ଏହାରି ଭିତରେ ରିଲିଜ ହୋଇଥିଲା ଶଲାବୁଢାର ସିରିଜ । ଶଲାବୁଢାର ତୃତୀୟ ଫିଲ୍ମ ଶଲାବୁଢା ବଦଲାରେ ସେ କରିଥିଲେ ଅଭିନୟ । ଆଉ ତାଙ୍କ ଅଭିନୟ ବେଶ ପ୍ରଭାବ ପକାଇଥିଲା ପଶ୍ଚିମ ଓଡିଶା ସମେତ ସାରା ରାଜ୍ୟରେ । ତାଙ୍କ ମୃତ୍ୟୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁବିଶିଷ୍ଟ ଲୋକ ଶୋକବ୍ୟକ୍ତ କରିଛନ୍ତି । ୧୯୩୧ ମସିହା ଡିସେମ୍ବର ୧ ତାରିଖ । ସୋନପୁର ଜିଲ୍ଲା ବିନକାରେ ଜନ୍ମ ହୋଇଥିଲେ ଶଲାବୁଡାର ଚର୍ଚ୍ଚିତ ଅଭିନେତା ସ୍ୱର୍ଗତ ପଣ୍ଡା । ୧୯୩୧ରୁ ୧୯୪୪ । ଏହି ୧୩ ବର୍ଷରେ କିଶୋର ଅଟଳ ବିହାରୀ ହୋଇଥିଲେ କଳା ମନସ୍କ । ଆଉ ୧୯୪୪ରୁ ୨୦୧୨ ମସିହା । ଦୀର୍ଘ ୬ ଦଶନ୍ଧି ଧରି ସମ୍ବଲପୁରୀ ଭାଷାରେ ଲିଖିତ ନାଟକରେ କରିଥିଲେ ଅଭିନୟ ।

ଏହାରି ଭିତରେ ୩୦ଟି ସମ୍ବଲପୁରୀ ନାଟକ, ୩୦ଟି ଓଡ଼ିଆ ନାଟକ, ୬ଟି ଅପେରା ନାଟକ ସହ ୩ଟି ଉପନ୍ୟାସ ଲେଖିଛନ୍ତି ସ୍ୱର୍ଗତ ପଣ୍ଡା । ଆଉ ୨୦୧୨ ମସିହାରେ ଅର୍ଥାତ ୮୩ ବର୍ଷ ବୟସରେ ତାଙ୍କୁ ମିଳିଥିଲା ଚଳଚିତ୍ରରେ ଅଭିନୟ କରିବାର ସୁଯୋଗ । ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ପଣ୍ଡା ତାଙ୍କୁ ଦେଇଥିଲେ ତାଙ୍କୁ ଅଫର । ପୂର୍ବରୁ ସ୍ୱର୍ଗତ ପଣ୍ଡା ସବ୍ୟସାଚୀଙ୍କ ଭୁକା ଚଳଚିତ୍ରରେ କାମ କରିଥିଲେ । ମାତ୍ର ସ୍ୱର୍ଗତ ପଣ୍ଡା ଶଲାବୁଢାରେ ଦେଖାଇଥିଲେ ଅଭିନୟ ଅଭିଜ୍ଞତାର ନିଖୁଣ ପରିଚୟ । ଯେଉଁଥିପାଇଁ ନିର୍ଦ୍ଦେଶକ ଶଲାବୁଢାର କରିଥିଲେ ସିରିଜ । ସ୍ୱର୍ଗତ ପଣ୍ଡାଙ୍କ ଅଭିନୟ ଜୀବନରେ ତାଙ୍କୁ ମିଳିଛି ସାହିତ୍ୟ ଏକାଡେମୀ ପୁରସ୍କାର, ଯାତ୍ରା ଏକାଡେମୀ ପୁରସ୍କାର, କୋଶଳରତ୍ନ ପୁରସ୍କାର, ନାଟ୍ୟଜ୍ୟୋତି ଭଳି ବହୁ ମର୍ୟ୍ୟାଦାଜନକ ପୁରସ୍କାର ମିଳିଛି । ନୀରବି ଯାଇଛି ଶଲାବଢାଙ୍କ ସ୍ୱର । ପାର୍ଥୀବ ଶରୀରକୁ ବୁର୍ଲାରେ ଜଣାଇଛନ୍ତି ଶେଷ ସମ୍ମାନ । ସ୍ୱର୍ଗତ ପଣ୍ଡାଙ୍କ ମୃତ୍ୟୁ ରାଜ୍ୟର କଳାଜଗତରେ ସୃଷ୍ଟି ହୋଇଛି ଶୂନ୍ୟସ୍ଥାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ