Masthead

ଦ୍ୱିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଛି ଗ୍ରାମାଞ୍ଚଳ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନାର ଦ୍ବିତୀୟ ଲହରରେ ଭାରତର ଗ୍ରାମାଞ୍ଚଳ ସବୁଠୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଗ୍ରାମୀଣ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ଅଧିକ ରହିବା କାରଣରୁ ମେ ମାସରେ ୬ ଦିନ ଭାରତର କରୋନା ସଂକ୍ରମଣ ବିଶ୍ବର ଦୈନିକ ସଂକ୍ରମଣର ଅଧାରୁ ଅଧିକ ରହିଥିଲା। ସେଣ୍ଟର ଫର୍ ସାଇନ୍ସ ଆଣ୍ଡ୍ ଏନଭାର୍ଣ୍ଣମେଣ୍ଟ (ସିଏସ୍‌ଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ବିଶ୍ବ ପରିବେଶ ଦିବସ ପରିପ୍ରେକ୍ଷୀରେ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶରେ ଦେଖାଦେଇଥିବା ନୂଆ ସଂକ୍ରମଣ ମାମଲାର ୫୩ ପ୍ରତିଶତ ଏବଂ ମୃତ୍ୟୁ ମାମଲାର ୫୨ ପ୍ରତିଶତ ଗ୍ରାମୀଣ ଭାରତରେ ଦେଖିବାକୁ ମିଳିଛି। ଭାରତର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ କରୋନା ପଦାରେ ପକାଇ ଦେଇଛି।

ସେହିପରି ସହରାଞ୍ଚଳରେ କେତେ ନିମ୍ନଧରଣର ପ୍ରସ୍ତୁତି ରହିଥିଲା ତାହା ଲୋକଲୋଚନକୁ ଆସିଛି। ସେହିଭଳି ଗ୍ରାମାଞ୍ଚଳ ଜିଲ୍ଲାଗୁଡ଼ିକର ସାଂଘାତିକ ସଙ୍କଟ ସାମ୍ନାକୁ ଆସିଛି ବୋଲି ସିଏସ୍‌ଇ ପକ୍ଷରୁ ନୂଆ ପରିସଂଖ୍ୟାନ ରିପୋର୍ଟ-ଷ୍ଟେଟ୍ ଅଫ୍ ଇଣ୍ଡିଆସ୍‌ ଏନଭାର୍ଣ୍ଣମେଣ୍ଟ ଇନ୍ ଫିଗର୍ସ ୨୦୨୧ ରେ କୁହାଯାଇଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଥିବା ଅଭାବ ସଂପର୍କରେ ଏଥିରେ ଉଲ୍ଲେଖ କରାଯାଇଛି। ଗ୍ରାମୀଣ ଭାରତରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଅଧିକ ୭୬ ପ୍ରତିଶତ ଡାକ୍ତର , ୫୬ ପ୍ରତିଶତରୁ ଅଧିକ ରେଡିଓଗ୍ରାଫର୍ସଙ୍କର ଏବଂ ୩୫ ପ୍ରତିଶତରୁ ଅଧିକ ଲାବ୍ ଟେକ୍ସିସିଆନ୍‌ଙ୍କର ଜରୁରୀ ଆବଶ୍ୟକ ରହିଛି। ମେ ମାସର ପ୍ରଥମ ୨୬ ଦିନରେ ବିଶ୍ବରେ ପ୍ରତି ଦୁଇଟି ମାମଲାରୁ ଗୋଟିଏ ଭାରତରେ ଦେଖିବାକୁ ମିଳିଥିଲା। ସେହିଭଳି ବିଶ୍ବର ପ୍ରତି ୩ଟି ମୃତ୍ୟୁରୁ ଗୋଟିଏ ମୃତ୍ୟୁ ଭାରତରେ ହୋଇଥିଲା। ଗତମାସ ବିଶ୍ବରେ ଦେଖାଦେଇଥିବା ପ୍ରତି ୪ ଟି ମାମଲାରୁ ଗୋଟିଏ ମାମଲା ଗ୍ରାମୀଣ ଭାରତରୁ ରିପୋର୍ଟ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ