Masthead

କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତର ଦୁଇଟି ସ୍ୱଦେଶୀ ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଶରୀରରେ ବଢ଼ାଉଛି ରୋଗ ପ୍ରତିରୋଧକ ଶକ୍ତି । ଏନେଇ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି । ରୋଗ ପ୍ରତିରୋଧକ ଶକ୍ତିକୁ ଏହି ଟିକା ୯୫% ପର୍ଯ୍ୟନ୍ତ ବୃଦ୍ଧି କରୁଛି । ତେବେ କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି ବୋଲି ଜଣାପଡ଼ିଛି । ପ୍ୟାନ-ଇଣ୍ଡିଆ ଏହି ଗବେଷଣା କରି ରିପୋର୍ଟ ପ୍ରଦାନ କରିଛି । ଏଥିରେ ୫୧୫ଜଣ ଟିକା ନେଇସାରିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଗବେଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୨୫ଜଣ କୋଭିସିଲ୍ଡ ଟିକା ନେଇଥିବା ବେଳେ ୯୦ ଜଣ କୋଭାକ୍ସିନ ନେଇଥିଲେ । ଏହି ଗବେଷଣାରେ ପ୍ରାୟ ୧୩ଟି ରାଜ୍ୟର ସ୍ୱାସ୍ଥ୍ୟକର୍ମୀ ଯୋଗ ଦେଇଥିଲେ ।

ଏଥିରେ ସାମିଲ ହୋଇଥିବା ବ୍ୟକ୍ତିମାନେ ଦ୍ୱିତୀୟ ଡୋଜ ଟିକା ନେବାର ୨୧ରୁ ୩୬ ଦିନ ମଧ୍ୟରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କ୍ଷେତ୍ରରେ ପ୍ରାୟ ୯୫% ଫଳପ୍ରଦ ହୋଇଛି ବୋଲି ଜଣା ପଡ଼ିଛି । ତେବେ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ୯୮% ଫଳପ୍ରଦ ହୋଇଥିବା ବେଳେ କୋଭାକ୍ସିନ ୮୦% ଫଳପ୍ରଦ ହୋଇଛି । କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡିର ଉତ୍ପାଦନର ଘମତା ୧୧୫AU/ml ରହିଥିବା ବେଳେ କୋଭାକ୍ସିନର ୫୧ AU/ml ଆଣ୍ଟିବଡି ସୃଷ୍ଟି ହେଉଛି । ତେବେ ଆଗରୁ ଅନ୍ୟାନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡି କମ ଉତ୍ପାଦନ ହେଉଛି । କୋଭିଡ ମହାମାରୀରେ ସଂକ୍ରମିତ ହୋଇସାରିଥିବା ବ୍ୟକ୍ତି ଗୋଟିଏ ଡୋଜ ଟିକା ନେବା ପରେ ସେମାନଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହେଉଥିବା ବେଳେ କୋଭିଡ ହୋଇନଥିବା ବ୍ୟକ୍ତିଙ୍କ ଶରୀରରେ ୨ଟି ଡୋଜ ଟିକା ନେବା ପରେ ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି ବୋଲି ମୁଖ୍ୟ ଗବେଷକ ଡକ୍ଟର ଅୱାଧେଶ କୁମାର ସିଂ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ