Masthead

ମକ୍ ଅକ୍ସିଜେନ୍ ଡ୍ରିଲର ତଦନ୍ତ ଆରମ୍ଭ

ଲକ୍ଷ୍ନୌ(ବଡ଼ ଖବର ବ୍ୟୁରୋ): ମକ୍ ଅକ୍ସିଜେନ୍ ଡ୍ରିଲର ତଦନ୍ତ ଆରମ୍ଭ । ଉତ୍ତରପ୍ରଦେଶ ଆଗ୍ରାର ଜଣାଶୁଣା ଘରୋଇ ହସ୍ପିଟାଲ ପାରସରେ ଅକ୍ସିଜେନ୍ ଅଭାବରୁ ୨୨ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏପ୍ରିଲ୍ ୨୬ତାରିଖ ସକାଳେ ଅକ୍ସିଜେନ୍ ଅଭାବରୁ କଲବଲ ହୋଇ ୨୨ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଉତ୍ତରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ଜାତୀୟ ରାଜପଥ ୨ ପାଶ୍ୱର୍ରେ ଥିବା ପାରସ୍ ହସ୍ପିଟାଲ ମାଲିକ ଆରିନଜୟ ଜୈନ ଏକ ଭିଡିଓରେ କହିଛନ୍ତି, ଏପ୍ରିଲ ଦ୍ୱିତୀୟ ସପ୍ତାହରେ ମୋଦିନଗରରେ ଅକ୍ସିଜେନ୍ ମିଳିଲା ନାହିଁ । ହସ୍ପିଟାଲରେ ମଧ୍ୟ ଅକ୍ସଜେନ୍ ଅଭାବ ସୃଷ୍ଟି ହେଲା । ଯେଉଁ ରୋଗୀମାନଙ୍କୁ ଅକ୍ସିଜେନ୍ ଲାଗିଥିଲା, ସେମାନଙ୍କ ସମ୍ପର୍କୀୟମାନଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା ।

ମାତ୍ର ସମ୍ପର୍କୀୟମାନେ ସେମାନଙ୍କ ରୋଗୀଙ୍କୁ ଅନ୍ୟତ୍ର ନେଇନଥିଲେ । ତେଣୁ ଏକ୍ସପେରିମେଣ୍ଟ କରାଯାଇଥିଲା । ଆରମ୍ଭ ହୋଇଥିଲା ମକ୍ ଡିଲ୍ । ମାତ୍ର ୫ମିନିଟ୍ ମଧ୍ୟରେ ୨୨ଜଣ ରୋଗୀ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ସେମାନେ ଅକ୍ସିଜେନ୍ ଅଭାବରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ପରେ ଆଇସିୟୁରେ ଥିବା ଅନ୍ୟ ୭୪ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ଅକ୍ସିଜେନ୍ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା । ପାରସ୍ ହସ୍ପିଟାଲ ମାଲିକ ଆରିନଜୟ ଜୈନଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବାରୁ ଆଗ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆରସି ପାଣ୍ଡେ କହିଛନ୍ତି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ୫ ବର୍ଷ ଧରି ପୋଖରୀରେ ନାବାଳକ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ୫ ବର୍ଷ ଧରି ପୋଖରୀରେ ନାବାଳକ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ