picsart_07-28-105012580935017552346

ଜୟପୁର(ବଡ଼ ଖବର ବ୍ୟୁରୋ):ଲକ୍ଷ୍ୟ ହାସଲ ପାଇଁ କେବେ ବି କୌଣସି ପରିସ୍ଥିତି ବାଧକ ନୁହେଁ । ଏହାକୁ ବହୁ ଲୋକ ପ୍ରମାଣିତ କରିପାରିଛନ୍ତି । ମହିଳା ସଶକ୍ତିକରଣ ପାଇଁ ବି ରହିଛି ଅନେକ ଉଦାହାରଣ । କିନ୍ତୁ ଶାରୀରିକ ଅକ୍ଷମତା ଯେ କୌଣସି ବ୍ୟକ୍ତିକୁ ତା’ର ଲକ୍ଷ୍ୟ ପଥରୁ ଦୂରେଇ ପାରିବନି ଏହା ପ୍ରମାଣିତ କରିଛନ୍ତି ଉତ୍ତରପ୍ରଦେଶର ଆରତୀ ଡୋଗ୍ରା । ଆଜି ପାଲଟିଛନ୍ତି ଅନେକ ଲୋକଙ୍କ ପାଇଁ ପ୍ରେରଣା । ନିଜ ନିଷ୍ଠା, ଲକ୍ଷ୍ୟ ପୂରଣର ଅଭିଳାଶା ଆଜି ତାଙ୍କୁ ପହଞ୍ଚାଇଛି ଶୀର୍ଷ ପଦବୀରେ । ଆରତୀ ଡୋଗ୍ରା ଜଣେ ଆଇଏଏସ୍ ଅଧିକାରୀ । ଉଚ୍ଚତା ମାତ୍ର ୧ଫୁଟ ୬ ଇଞ୍ଚ । ଯେଉଁ କାରଣରୁ ପିଲାଦିନୁ ଅନେକ ଭେଦଭାବର ସମ୍ମୁଖୀନ ହୋଇଛନ୍ତି ସେ । ତଥାପି ହାର ମାନିନାହାନ୍ତି । ବହୁ ବାଧାବିଘ୍ନକୁ ପଛରେ ପକାଇ ଅର୍ଥନୀତିରେ ସ୍ନାତକୋତ୍ତର ହାସଲ କରି ୟୁପିଏସି କ୍ଲିୟର କରି ହୋଇଛନ୍ତି ଆଇଏଏସ ଅଫିସର । ବହୁ ଉଚ୍ଚ ପଦବୀରେ ରହିଛନ୍ତି ସେ ।

ଆଜମେର ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ଆରତୀ । ଏହା ପୂର୍ବରୁ ମଧ୍ୟ ସେ ଯୋଧପୁର ଡିସ୍କମର ମ୍ୟାନେଜିଂ ଡିରେକ୍ଟର ଭଳି ଗୁରୁତ୍ୱପୂର୍ଣ୍ଣର୍ର୍ ପଦବୀରେ ରହିଥିଲେ । ସେ ହେଉଛନ୍ତି ପ୍ରଥମ ମହିଳା ଯିଏ କି ଏପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାର୍ଯ୍ୟ କରିଛନ୍ତି । ସେହିପରି ୨୦୧୯ରେ ରାଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତାଙ୍କର ଥିଲା ଚମକ୍ରାର ପ୍ରଦର୍ଶନ । ଜିଲ୍ଲାର ଭିନ୍ନକ୍ଷମ ଦକ୍ଷ ଲୋକଙ୍କୁ ଭୋଟ ଦେବା ଓ ସଂସଦରେ ପ୍ରତିନିଧି ଚୟନ ପାଇଁ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ଭାଗ ନେବାକୁ ଲୋକଙ୍କୁ ଉତ୍ସାହିତ କରିବାରେ ସେ ତୁଲାଇଥିଲେ ପ୍ରମୁଖ ଭୂମିକା । ବୁଥରେ ଭୋଟରଙ୍କୁ ସାହାଯ୍ୟ କରିବାକୁ ସେ ବୁଥସ୍ତରୀୟ ଅଧିକାରୀ ନିଯୁକ୍ତ କରିଥିଲେ । ଭିନ୍ନକ୍ଷମ ମାନେ ଆସି କିପରି ଭୋଟ ଦେଇପାରିବେ ସେଥିପାଇଁ “ଦିବ୍ୟାଙ୍ଗ ରଥ” ସେବା ଆରମ୍ଭ କରିଥିଲେ ଆରତୀ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୮୭୪ହ୍ୱିଲ ଚେୟାର ଯୋଗାଇଥିଲେ । ଯେଉଁ କାରଣରୁ ୧୭ହଜାର ଭିନ୍ନକ୍ଷମ ଲୋକ ବୁଥକୁ ଆସି ଭୋଟ ଦେବାରେ ସକ୍ଷମ ହୋଇଥିଲେ । ଆଜମେରରେ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ତାଙ୍କର ଏହି ପ୍ରଦର୍ଶନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ ।

ତାଙ୍କ ସଫଳ କାର୍ଯ୍ୟ ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ସେ ଅନେକ ପୁରସ୍କାର ପାଇଛନ୍ତି । କେବଳ ଜଣେ ଆଇଏଏସ ଅଧିକାରୀ ନୁହଁନ୍ତି, ସେ ଅନେକଙ୍କର ପ୍ରେରଣା ମଧ୍ୟ । ଶାରୀରିକ ଅକ୍ଷମତା ଯେ କେବେ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ କରିପାରିବନି, ସମାଜର ବାଧାବିଘ୍ନ ଯେ କେବେ କାହାକୁ ସଫଳ ହେବାରୁ ରୋକି ପାରବନି ସେ ଆଜି ତାହା ପ୍ରମାଣିତ କରିପାରିଛନ୍ତି । ତେବେ ଆରତୀ ଡୋଗ୍ରା ନିଜ ଜୀବନରେ ଆହୁରି ଅଧିକ ସଫଳତା ହାସଲ କରନ୍ତୁ ଓ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ଏହା ହିଁ ବଡ଼ ଖବରର କାମନା ।

 

Leave a Reply

Your email address will not be published. Required fields are marked *