Masthead

ମୁମ୍ବାଇରେ ପ୍ରବଳ ବର୍ଷା, ଭୁଶୁଡ଼ିଲା ୪ମହଲା କୋଠା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୌସୁମୀ ଛୁଇଁବାର ପ୍ରଥମ ଦିନରେ ବେହାଲ ହୋଇଛି ଦେଶର ଆର୍ଥିକ ରାଜଧାନୀ ଦିଲ୍ଲୀ । ବୁଧବାର ବିଳମ୍ୱିତ ରାତିରେ ଏକ ଚାରି ମହଲା ଆବାସିକ କୋଠା ଭୁଶୁଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ବୃହନମୁମ୍ୱାଇରେ ନଗର ନିଗମ (ବିଏମସି)ରେ ଏହି ଅଭାବନୀୟ ଘଟଣା ଘଟିଛି। ବିଳମ୍ୱିତ ରାତିରେ ମୁମ୍ୱାଇର ମଲାଡ ପଶ୍ଚିମରେ ଥିବା ନ୍ୟୁ କଲେକ୍ଟର ପରିସରରେ ଏହି ଅଘଟଣ ଘଟିଛି। ବିଏମସି କହିଛି ଏହି କୋଠା ଭୁଶୁଡ଼ିବା ପରେ ପାଖରେ ଥିବା ଆଉ ଏକ କୋଠା ମଧ୍ୟ ଧସି ଯାଇଛି। ଯଦିଓ ଏହି କୋଠ ସମ୍ପୂର୍ଣ୍ଣ ଧସିନାହିଁ ହେଲେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି କୋଠାରେ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ତେବେ ଦୁର୍ଘଟଣାଗ୍ରସ୍ତ କୋଠା ଭିତରେ କେହି ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଟିମ୍ ସମସ୍ତଙ୍କୁ ଖୋଜି ବାହାର କରୁଥିବା ସୂଚନା ରହିଛି। ଆହତ ମାନଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ସୂଚନା ରହିଛି।

ସେହିପରି ପ୍ରବଳ ବର୍ଷାରେ ମୁମ୍ବାଇର ଅନେକ ସ୍ଥାନ ଜଳମଗ୍ନ ହୋଇଛି । ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ଲୋକ ଜଳବନ୍ଦୀ ହୋଇପଡ଼ିଛନ୍ତି । ରାସ୍ତାରେ ମଧ୍ୟ ପାଣି ଜମିବା କାରଣରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ଧାରଣାରେ ମଧ୍ୟ ପାଣି ଜମି ମେଟ୍ରୋ ଚଳାଚଳ ବନ୍ଦ ରହିଛି । ତେବେ ଆହୁରି ୪ଦିନ ପାଇଁ ମହାରାଷ୍ଟ୍ରରେ ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ