Masthead

ଭାରତକୁ ଘାରିଛି ଡେଲଟା ଷ୍ଟ୍ରେନର ଚିନ୍ତା

ଦିଲ୍ଲୀ (ବଡ ଖବର ବ୍ୟୁରୋ): ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧,୭୦୨ ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏବଂ ମୃତ୍ୟୁ ସଂଖ୍ୟା ୩,୪୦୩ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୨,୯୨,୭୪,୮୨୩ରେ ରହିଛି । ଏବଂ ମୃତ୍ୟୁସଂଖ୍ୟା ୩,୬୩,୦୭୧ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୩୪,୫୮୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୨,୭୭,୯୦,୦୭୩ ରହିଛି । ବର୍ତମାନ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୧,୨୧,୬୭୧ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୪,୬୦,୮୫,୬୪୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁନ୍ ୧୦ ତାରିଖ ସୁଦ୍ଧା ସମୁଦାୟ ୩୭,୪୨,୪୨,୩୮୪ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୨୦,୪୪,୧୩୧ଟି ନମୁନା। ସେପଟେ ଭାରତରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସର ଡେଲଟା ଷ୍ଟ୍ରେନ୍‌ | ଯାହାକୁ ନେଇ ଦିନକୁଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ଷ୍ଟ୍ରେନ୍‌ କରୋନାର ଅନ୍ୟ ଷ୍ଟ୍ରେନ୍‌ ଅପେକ୍ଷା ଅଧିକ ସଂକ୍ରାମକ ଅଟେ ।

ଗବେଷକମାନେ ଦାବି କରିଛନ୍ତି ଯେ ଡେଲଟା ଷ୍ଟ୍ରେନ୍‌ ଖାଲି ଅଧିକ ସଂକ୍ରାମକ ନୁହେଁ, ଅଧିକ ମାରାତ୍ମକ ବି । ଏହାଯୋଗୁ କରୋନା ରୋଗୀଙ୍କ ଶ୍ରବଣ ଶକ୍ତି ହ୍ରାସ, ଦେହରେ ରକ୍ତ ଜମାଟ ବାନ୍ଧିବା ଏବଂ ଅନ୍ତଃନଳୀରେ ଟିସୁ ନଷ୍ଟ ହେବା ଭଳି ଅନେକ ସମସ୍ୟା ସୃଷ୍ଟି ହେବ । ଭାରତରେ ଅନେକ ରୋଗୀ ଏବେ ପେଟ ଯନ୍ତ୍ରଣା ସମସ୍ୟା ନେଇ ହସ୍ପିଟାଲ ଯାଉଛନ୍ତି । କିନ୍ତୁ ସେମାନଙ୍କର ପରୀକ୍ଷାନିରୀକ୍ଷା ପରେ ସେମାନେ କରୋନାର ଡେଲଟା ଷ୍ଟ୍ରେନ୍‌ ଦ୍ୱାରା ସଂକ୍ରମିତ ହୋଇଥିବାର ଜଣାପଡୁଛି । ଏହାଯୋଗୁ ଅନ୍ତଃନଳୀକୁ ରକ୍ତ ଯୋଗାଉଥିବା ବ୍ଲଡ୍‌ଭେସେଲରେ ରକ୍ତ ଜମାଟ ବାନ୍ଧିଯାଉଛି ।

ଫଳରେ ଅନ୍ତଃନଳୀରେ ଟିସୁ ନଷ୍ଟ ହୋଇଯାଉଛି ଏବଂ ରୋଗୀର ପେଟରେ ଅସହ୍ୟ ଯନ୍ତ୍ରଣା ହେଉଛି । ସୂଚନାଯୋଗ୍ୟ ଯେ, ଭାରତରେ ସନ୍ଧାନ କରାଯାଇଥିବା ଡେଲଟା ଷ୍ଟ୍ରେନ୍‌ ଏବେ ୬୦ଟି ଦେଶରେ ବ୍ୟାପିସାରିଲାଣି । ଆମେରିକା, ବ୍ରିଟେନ ଓ ସିଙ୍ଗାପୁରରେ ବି ଏହା ତୀବ୍ର ଗତିରେ ବ୍ୟାପୁଛି । ଏହି ଷ୍ଟ୍ରେନକୁ ‘ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ’ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତ ଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା