Masthead

ବଢ଼ୁଛି ତୈଳ ଦର, ଡିଜେଲ ଦାମ ଛୁଇଁଲା ୧୦୦

ଜୟପୁର(ବଡ଼ ଖବର ବ୍ୟୁରୋ): ଦେଶରେ ତୈଳଦର ନିୟନ୍ତ୍ରଣ ବାହାରକୁ ଗଲାଣି । ସାରା ଦେଶରେ ଏଥିପାଇଁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଲିଟର ପିଛା ୨୭ ପଇସା ଓ ଡିଜେଲ ୨୩ପଇସା ବୃଦ୍ଧି ପାଇଛି । ତେବେ ଏହାକୁ ମିଶାଇ ପେଟ୍ରୋଲ ଲିଟରକୁ ୯୬ଟଙ୍କା ୧୨ପଇସା ହୋଇଥିବା ବେଳେ ଡିଜେଲ ଦର ୮୬ଟଙ୍କା ୯୮ପଇସା ରହିଛି । ତେବେ ସେପଟେ ରାଜସ୍ଥାନରେ କିନ୍ତୁ ଡିଜେଲ ଲିଟର ପିଛା ୧୦୦ଟଙ୍କାରେ ପହଞ୍ଚିଛି । ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଏପରି ବଢ଼ିବାରେ ଲାଗିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ୯୬.୧୨ ଓ ଡିଜେଲ ଲିଟର ପିଛା ୮୬.୯୮ ଟଙ୍କା ରହିଛି । କୋଲକତାରେ ପେଟୋଲ ଲିଟର ପିଛା ୯୬.୦୬ ଓ ଡିଜେଲ ୮୯.୮୩ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୦୨.୩୦ ଓ ଡିଜେଲ ଲିଟର ପିଛା ୯୪.୩୯ ଟଙ୍କା ରହିଛି । ସେହିଭଳି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୭.୪୩ ରହିଥିବା ବେଳେ ଡିଜେଲ ୯୧.୬୪ ଟଙ୍କା ରହିଛି ।

ଜୟପୁର ପେଟ୍ରୋଲ ୧୦୨.୭୩ ଓ ଡିଜେଲ ୯୫.୯୨ ଟଙ୍କା । ଭୋପାଳ ସର୍ବାଧିକ ପେଟ୍ରୋଲ ଲିଟର ପିଛା ୧୦୪.୨୯ ଟଙ୍କା ବିକ୍ରି ହେଉଥିବା ବେଳେ ଡିଜେଲ ୯୫.୬୦ ଟଙ୍କା ରହିଛି । ନୋଏଡାରେ ପେଟ୍ରୋଲ ଲିଟର ପିଛା ୯୩.୪୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୮୭.୪୬ ଟଙ୍କା ରହିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଲଦାଖରେ ପେଟ୍ରୋଲ ଲିଟର ପିଛା କିଛିଦିନ ହେବ ୧୦୦ ଟଙ୍କା ପାର କରିଥିବା ବେଳେ ଆଜି ରାଜସ୍ଥାନରେ ଡିଜେଲ ବି ଲିଟର ପିଛା ୧୦୦ ଟଙ୍କା ଛୁଇଁଛି । ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ୧୦୭ ଟଙ୍କା ରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୧୦୦.୦୫ ଟଙ୍କା ରହିଛି । ଅନ୍ୟପଟେ ଡିଜେଲ ଓ ପେଟ୍ରୋଲର ଏଭଳି ଅହେତୁକ ଦରବୃଦ୍ଧିକୁ ବିରୋଧ କରି ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପ୍ରିୟଙ୍କା ଗାନ୍ଧୀ ଏନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେତେବେଳେ ଦେଶବାସୀ ବିପଦରେ ଅଛନ୍ତି, ଲୋକ ରୋଜଗାର ହରାଇ ଆର୍ଥିକ ସଂକଟ ଭିତରେ ଗତି କରୁଛନ୍ତି ସେତେବେଳେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ଲଗାଇ ୨.୫ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର