Masthead

କୋଭିଡ ହସ୍ପିଟାଲରେ କରୋନା ରୋଗୀ ମୃତ୍ୟୁ ଘଟଣା, ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପତ୍ନୀ

ଟାଙ୍ଗୀ-ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ଟାଙ୍ଗୀ ଡ୍ରିମ୍ମ୍ କୋଭିଡ୍ କେୟାର୍ ସେଣ୍ଟରରେ ଚିକିତ୍ସିତ କରୋନା ରୋଗୀ ସୁକୁମାର ସୁବୁଦ୍ଧିରାୟ ବେକରେ ଛୁରି ଭୁସି ହେବା ସହ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ଘଟଣା ଭିନ୍ନ ମୋଡ଼ ନେଇଛି । ମୃତ୍ୟୁ ସୁକୁମାରଙ୍କ ପତ୍ନୀ ସୁଲୋଚନାଙ୍କ ଅଭିଯୋଗ ପରେ ଟାଙ୍ଗୀ ପୋଲିସ୍ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ସୁଲୋଚନା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ କୌଣସି ଚାପରେ ନଥିଲେ । ତାଙ୍କୁ ହତ୍ୟା କରିବା ଲାଗି ଷଡଯନ୍ତ୍ରକାରୀ ଛୁରି ଭୁସିଛି । ଚିକିତ୍ସା ପ୍ରକ୍ରିୟାକୁ ବିଳମ୍ବ କରିବାରୁ ସ୍ବାମୀଙ୍କର ମୃତ୍ୟୁ ହୋଇଛି। ତାଙ୍କ ଉଜୁଡା ସଂସାର ପାଇଁ ଡ୍ରିମ୍ମ୍ କୋଭିଡ୍ କେୟାର୍ ସେଣ୍ଟର ସମ୍ପୂର୍ଣ୍ଣ ଦାୟୀ ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି।

ଚୌଦ୍ୱାର ଥାନା ଦେବୀନଗର ବାସିନ୍ଦା ସୁକୁମାର କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଗତ ମେ ୨୯ ତାରିଖରେ କୋଭିଡ୍ ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ଜୁନ୍ ୪ ତାରିଖରେ ଘରକୁ ଫେରିବେ ବୋଲି ସେ ପତ୍ନୀଙ୍କୁ ଫୋନ୍ କରି ୩ ତାରିଖ ସନ୍ଧ୍ୟାରେ କହିଥିଲେ। ମାତ୍ର ୪ ତାରିଖ ପୂର୍ବାହ୍ନରେ ତାଙ୍କ ବେକରେ ଛୁରି ଭୁସି ହୋଇଥିବା ଓ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକ । ସେଠାରେ ତାଙ୍କ ଅସ୍ତ୍ରୋପଚାର ହୋଇ ଛୁରି ବାହାର କରାଯାଇଥିଲା। ଗତ ୭ ତାରିଖରେ ତାଙ୍କୁ ଅପରେସନ କରିଥିବା ଡାକ୍ତର ଦେବାଶିଷ ସ୍ବାଇଁ ପରିବାର ଲୋକଙ୍କୁ କହିଥିଲେ ଅପରେସନ ସଫଳ ହୋଇଛି ଏବଂ ସେ ବିପଦ ମୁକ୍ତ ଅଛନ୍ତି। ହେଲେ ୮ ତାରିଖର ସକାଳ ୭ଟାରେ ଫୋନ୍ ଆସିଲା ପେସେଣ୍ଟ ଅବସ୍ଥା ଠିକ୍ ନାହିଁ । ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଛି। ସେହିଦିନ ୧୧ ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁକୁମାରଙ୍କ ମୃତ୍ୟୁ ଘଟଣା ପତ୍ନୀଙ୍କ ସହ ପୁରା ପରିବାରକୁ ସ୍ତବ୍ଧ କରିଦେଇଥିଲା । ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ରକାରୀ କେହି ଛୁରି ଭୁସିବା ସହ ତାଙ୍କୁ ହତ୍ୟା କରିଛି । ଏଥିପାଇଁ କୋଭିଡ୍ ହସ୍ପିଟାଲ ସମ୍ପୂର୍ଣ୍ଣ ଦାୟୀ ବୋଲି ପତ୍ନୀ ଅଭିଯୋଗ କରିଛନ୍ତି। ପୋଲିସ୍ ଏନେଇ ୧୧୭/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା