Masthead

ଆଉ ନାହାନ୍ତି ରାମାୟଣର ଆର୍ଯ୍ୟସୁମନ୍ତ ଚନ୍ଦ୍ରଶେଖର ବୈଦ୍ୟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଚାଲିଗଲେ ଦଶରଥଙ୍କ ମହାମନ୍ତ୍ରୀ । ପ୍ରସିଦ୍ଧ ରାମାୟଣ ସିରିଜରେ ମହାରାଜ ଦଶରଥଙ୍କ ମହାମନ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଅଭିନେତା ଚନ୍ଦ୍ରଶେଖର ବୈଦ୍ୟ ଆଉ ନାହାନ୍ତି । ଦଶରଥଙ୍କ ମହାମନ୍ତ୍ରୀ ଆର୍ଯ୍ୟସୁମନ୍ତଙ୍କ ଭୂମିକାରେ ଅଭିନୟ କରି ବହୁ ଭଲପାଇବା ସାଉଣ୍ଟିଥିଲେ ସେ । ତେବେ ଆଜି ୯୮ବର୍ଷ ବୟସରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚନ୍ଦ୍ରଶେଖର ବୈଦ୍ୟ ୫୦ରୁ ୯୦ ଦଶକ ମଧ୍ୟରେ ଗେଟୱେ ଅଫ୍ ଇଣ୍ଡିଆ, ବରସାତ କି ରାତ, କଟି ପତଙ୍ଗ, ଦି ବର୍ନିଂ ଟ୍ରେନ୍, ନମକ ହଲାଲ, ଡିସ୍କୋ ଡ୍ୟାନ୍ସର, ଶରାବି, ତ୍ରିଦେବ ଭଳି ଫିଲ୍ମରେ କାମ କରିଛନ୍ତି। ୧୯୨୩ ମସିହା ୭ଜୁଲାଇରେ ହାଇଦ୍ରାବାଦରେ ଚନ୍ଦ୍ରଶେଖର ଜନ୍ମଗ୍ରହଣ କରିଥିଲେ । ବନ୍ଧୁମାନଙ୍କ ନିର୍ଦ୍ଦେଶରେ, ସେ ଫିଲ୍ମରେ କ୍ୟାରିୟର କରିବା ପାଇଁ ମୁମ୍ବାଇ ଆସିଥିଲେ ।

ଅନେକ ଦିନ ଧରି ସେ ଷ୍ଟୁଡିଓ ଚାରିପଟେ ବୁଲିଥିଲେ ଶେଷରେ ଏକ ପାର୍ଟି ଦୃଶ୍ୟରେ ଛୋଟ ଭୂମିକା ଗ୍ରହଣ କରିଥିଲେ । ଚନ୍ଦ୍ରଶେଖର ଜୁନିଅର କଳାକାର ଭାବରେ କିଛି ସମୟ କାମ କରିବା ପରେ ମୁମ୍ବାଇ ଛାଡି ପୁନେରେ ଗାୟକ ଭାବରେ କାମ କରିଥିଲେ। ଏହା ପରେ ସେ ଭାରତ ଭୂଷଣଙ୍କ ସହ ତିନୋଟି ଫିଲ୍ମ ନିର୍ମାଣ କରିଥିଲେ। ସେ ୧୯୫୦ ମସିହାରେ ବେବସ୍ ଫିଲ୍ମରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଚନ୍ଦ୍ରଶେଖର ରାମାୟଣ ସିରିଏଲର ସର୍ବ ବୟସ୍କ ଅଭିନେତା ଥିଲେ। ସେତେବେଳେ ତାଙ୍କୁ ୬୫ ବର୍ଷ ହୋଇଥିଲା। ବାସ୍ତବରେ ଉଭୟ ଚନ୍ଦ୍ରଶେଖର ବୈଦ୍ୟ ଏବଂ ରାମାନନ୍ଦ ସାଗର ଭଲ ବନ୍ଧୁ ଥିଲେ । କେବଳ ତାଙ୍କ ଆଦେଶରେ ସେ ଆର୍ଯ୍ୟ ସୁମନ୍ତଙ୍କ ଅଭିନୟ କରିଥିଲେ। ଚନ୍ଦ୍ରଶେଖର ବୈଦ୍ୟଙ୍କ ମାତ୍ର ୧୩ ବର୍ଷ ବୟସରେ ବିବାହ ହୋଇଥିଲା । ତାଙ୍କ ଝିଅ ରେଣୁ ଆରୋଡା ଜଣେ ପାଥୋଲୋଜିଷ୍ଟ। ପୁଅ ଅଶୋକ ଚଣ୍ଡିଗଡ଼ ଏବଂ ଅନିଲ ଆମେରିକାରେ ବସବାସ କରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ଚୀନ ସିସିଟିଭିକୁ ଭାରତରେ ନା 🔴 ଖୁବଶୀଘ୍ର ପିଓକେ ଆମର ହେବ 🔴 ଶୀତଳଷଷ୍ଠୀ କୁ ୫୦ଲକ୍ଷ ଅନୁଦାନ 🔴 ୪୦ ବର୍ଷ ପରେ ମାଓ ମୁକ୍ତ ହେଲା ବସ୍ତର 🔴 ନିଶାସକ୍ତ ପୁଅର ନୃଶଂସକାଣ୍ଡ, କୋଦାଳରେ ହାଣି ମା’କୁ କଲା ହତ୍ୟା 🔴 କେନାଲ ବନ୍ଧ ସହ ମାଟି ତାଡିନେଲେ ମାଟି ମାଫିଆ