Masthead

ଉତ୍ତର କୋରିଆରେ ସ୍ଥିତି ଉଦବେଗଜନକ, ୧କେ.ଜି କଦଳୀର ମୂଲ୍ୟ ୩୩୦୦

(ବଡ଼ ଖବର ବ୍ୟୁରୋ): ଉତ୍ତର କୋରିଆରେ ସାଂଘାତିକ ସ୍ଥିତି । ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି ଲୋକ । ପରିସ୍ଥିତି ଏପରି ଯେ, ଲୋକଙ୍କୁ ଖାଇବାକୁ ମିଳୁନି । ଯେଉଁ ସାମଗ୍ରୀକୁ ଛୁଇଁବ ତାହା ଆକାଶ ଛୁଆଁ ଦର । ଯାହାକି ଜଣେ ସାଧାରଣ ଲୋକ କିଣିବା ମୁସ୍କିଲ । ତେବେ ଉତ୍ତର କୋରିଆ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ମଧ୍ୟ ଏହା ସ୍ୱିକାର କରିଛନ୍ତି । ନିକଟରେ ଏକ ବୈଠକରେ ସେ କହିଛନ୍ତି ଯେ, ଦେଶର ସ୍ଥିତି ଅତ୍ୟନ୍ତ ଉଦବେଗଜନକ, ତଥା ଶୋଚନୀୟ ରହିଛି । ଖାଦ୍ୟାଭାବ କାରଣରୁ ଉତ୍ତରକୋରିଆରେ ମହଙ୍ଗା ଶିଖରରେ ପହଞ୍ଚିଛି । ସ୍ଥିତି ଏପରି ଯେ, ଲୋକଙ୍କ ପାଇଁ ଓଳିଏ ଖାଦ୍ୟ ଯୋଗାଡ଼ ବି ମୁସ୍କିଲ ହୋଇ ପଡ଼ିଛି । ରାଜଧାନୀ ପ୍ୟୋଙ୍ଗୟଙ୍ଗରେ ବ୍ଲାକ ଟିର ଏକ ଛୋଟ ପ୍ୟାକେଜ୍‌ର ମୂଲ୍ୟ ୭୦ ଡଲାର(ପ୍ରାୟ ୫,୧୬୭ ଟଙ୍କା) ଗୋଟିଏ କଫି ପ୍ୟାକେଟ୍‌ର ମୂଲ୍ୟ ୧୦୦ ଡଲାର (୭,୩୮୧ ଟଙ୍କା), ଏକ କିଲୋଗ୍ରାମ କଦଳୀର ମୂଲ୍ୟ ୪୫ ଡଲାର (୩୩୦୦) ଟଙ୍କା ରହିଛି।

ଉତ୍ତର କୋରିଆରେ ଫସଲ ଅମଳ କେମିତି ବୃଦ୍ଧି ପାଇବ ସେ ନେଇ ଚାଷୀଙ୍କୁ ଜମିର ଉର୍ବର ପାଇଁ ପ୍ରତି ଦିନ ୨ ଲିଟର ୟୁରିୟା ଦେବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଏମିତି ସଙ୍କଟଜନକ ସମୟରେ ମଧ୍ୟ କିମ ଦେଶର ସୀମା ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି। ଜନତାଙ୍କ ଏବେ ପେଟ ଭରିବା ପାଇଁ ଅନ୍ୟ ଦେଶର ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି। ବିଶେଷ କରି ଚୀନରୁ ଉତ୍ତର କୋରିଆକୁ ରପ୍ତାନୀ ଅଧିକ ହୋଇଥାଏ। କିନ୍ତୁ ପରମାଣୁ କାର୍ୟ୍ୟକ୍ରମ କାରଣରୁ ଉତ୍ତର କୋରିଆ ଉପରେ ଅନ୍ତର୍ଜାତୀୟ ପ୍ରତିବନ୍ଧକ ଲାଗିଛି। ଏହି କାରଣରୁ ଉତ୍ତର କୋରିଆର ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି