Masthead

କୁମ୍ଭୀର ଆତଙ୍କ, ୩ଦିନରେ ଗଲା ୨ ଜୀବନ

ରାଜନଗର (ବଡ଼ ଖବର ବ୍ୟୁରୋ): ବାତ୍ୟା ୟାଶ ପରେ ବଢୁଛି କୁମ୍ଭୀର ଆତଙ୍କ । ଗତ ୩ଦିନ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୨ଜଣଙ୍କ ପ୍ରାଣ ଯାଇଛି । ଜାତୀୟଉଦ୍ୟାନ ଭିତରକନିକା ଅଞ୍ଚଳ ମଧ୍ୟରେ ଥିବା ଗାଁ ଓ ସଲଗ୍ନ ନଦୀ କୂଳରେ ବସବାସ କରୁଥିବା ଲୋକେ ଏହାକୁ ନେଇ ଏବେ ଆତଙ୍କିତ ହୋଇପଡ଼ିଛନ୍ତି । ରାଜନଗର ଭେକ୍ଟା ଗାଁର ମହିଳା ଉମାରାଣୀ ପରିଡା ଓ ପଟ୍ଟାମୁଣ୍ଡାଇ ଜଗନ୍ନାଥପୁର ଗାଁର ପୁରୁଷୋତ୍ତମ ଧଳ କୁମ୍ଭୀର ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି । ସାମୁଦ୍ରିକ ଝଡ ୟାଶ ପରେ ନଦୀନାଳକୁ କୁମ୍ଭୀର ପଶି ଆସିଥିବା ସନ୍ଦେହ ବଢିଛି ।

ସେପଟେ ଜାତୀୟଉଦ୍ୟାନ ଭିତରକନିକା ଅଞ୍ଚଳରେ ଥିବା ୪୧୦ଗାଁ ଓ ସଲଗ୍ନ ନଦୀଗୁଡିକରେ ସୁରକ୍ଷିତ ଗାଧୁଆତୁଠ ନିର୍ମାଣ ହେଉନାହିଁ । ନଦୀରେ ଗାଧୋଇବା, ବାସନକୁସନ ଧୋଇବା ଓ ପାଣିଆଣିବା ସମୟରେ ପ୍ରତିବର୍ଷ ଶତାଧିକ ଲୋକେ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି । ବନ ବିଭାଗ ତଥ୍ୟ ଅନୁଯାଇ ୧୦ବର୍ଷ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୧୪ଜଣଙ୍କ ପ୍ରାଣ ଯାଇଛି । ଅନ୍ୟପଟେ ୫୨ଜଣ ଆହତ ହେବାସହ ୩୬ଟି ଗୃହପାଳିତ ପଶୁ ଆକ୍ରମଣର ଶିକାର ହୋଇଛନ୍ତି । ବାସ୍ତବ କଥା ହେଲା ଅଧିକାଂଶ ଲୋକ ଓ ଗୃହପାଳିତ ପଶୁଙ୍କ ମୃତଦେହ ମିଳୁନଥିବାରୁ ନିଖୋଜ ଦର୍ଶାଯାଉଛି ।

ବନ୍ୟଜନ୍ତୁ ଆଇନ ଅନୁଯାଇ କୁମ୍ଭୀର ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ବାବଦକୁ ୪ଲକ୍ଷ ଟଙ୍କା ମିଳିବା କଥା ହେଲେ ଏହି ନିୟମ ବାଟବଣା । ଗତ ବର୍ଷ ବାଉଁଶ ଗଡ ନଦୀରେ ସାତଭାୟା ଥଇଥାନର ରଞ୍ଜନଙ୍କୁ କୁମ୍ଭୀର ଟାଣି ନେଲା ପରେ ତାଙ୍କର ମୃତଦେହ ଉଧାର ହେଲା ହେଲେ ଆଜି ଯାଏ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ମିଳିନାହିଁ । ଚଳିତବର୍ଷ କୋଭିଡ କଟକଣା ପାଇଁ ସଚେତନତା କାର୍ୟ୍ୟକ୍ରମ କରାଯାଇପାରିନି । ଭିତରକନିକା ଅଞ୍ଚଳସ୍ଥ ବିଭିନ୍ନ ଗାଁରେ ଗାଧୁଆତୁଠ ପାଇଁ ପ୍ରସ୍ତାବ ଯାଇଛି ଆସିଲେ ତୁରନ୍ତ କାମ ହେବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ । ବିଶେଷ କରି ମେ ଓ ଜୁନ ମାସରେ କୁମ୍ଭୀରଙ୍କ ପ୍ରଜନନ ଋତୁ ହୋଇଥିବାରୁ ଏହି ସମୟରେ କୁମ୍ଭୀର ବେଶୀ ହିଂସ୍ର ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ