Masthead

ଡେମୋ ଦେଖାଇଲା ନର ରାକ୍ଷସ ସାଗର

ନୟାଗଡ଼(ବଡ଼ ଖବର ବ୍ୟୁରୋ): ଡେମୋ ଦେଖାଇଲା ନର ରାକ୍ଷସ । କେମିତି ରଚିଥିଲା ନାରକିୟ କାଣ୍ଡ ? କେଉଁଠି ଥିଲା ମର୍ଡର ସ୍ପଟ ? ନୟାଗଡ଼ ଧୁନ୍ଦିଆଗଡିଆ ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଅଭିଯୁକ୍ତ ସାଗର ଦଳାଇକୁ ରିମାଣ୍ଡରେ ଆଣିବା ପରେ ସ୍ପଟ ଭିଜିଟ କରିଥିଲା ବାଣିଗୋଚ୍ଛା ପୋଲିସ । ନୟାଗଡ଼ ଅତିରିକ୍ତ ଏସପି, ଏସଡିପିଓ ଏବଂ ବାଣିଗୋଚ୍ଛା ଆଇଆଇସିଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି ସାଗର । କେମିତି ପ୍ରଥମେ ବେବିକୁ ମୋବାଇଲ ଦେଖାଇ ପ୍ରଲୋଭିତ କରିଥିଲା ସାଗର ? କେଉଁଠି କରିଥିଲା ନାବାଳିକୁ ଦୁଷ୍କର୍ମ? ଗୋଟିଗୋଟି କରି ପୋଲିସ ଆଗରେ ସତ ଉଗାଳିଛି ସାଗର । ସେପଟେ ସାଗରକୁ ସ୍ପଟ ଭିଜିଟ କରାଇବା ବେଳେ କ୍ରାଇମ ସ୍ପଟରୁ ପୋଲିସ ଜବତ କରିଛି ବେବିର ଅନ୍ତଃବସ୍ତ୍ର ।

ସେପଟେ ସାଗରକୁ ସ୍ପଟ ଭିଜିଟ କରାଇବାବେଳେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଧୁନ୍ଦୁଗାଡ଼ିଆ ଗାଁ । ୬ବର୍ଷର ଝିଅ ବେବିଙ୍କୁ ହରାଇ ଆଜିବି ମାଆ ଆଖିରୁ ଶୁଖିନି ଲୁହ । ଝିଅକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛି ପରିବାର । ସେପଟେ ସାଗରର କୁକର୍ମ ପାଇଁ ନିଜକୁ ସର୍ମିନ୍ଦା ମନେ କରୁଛନ୍ତି ସାଗରର ପରିବାର ଲୋକେ । ସାଗରକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସେମାନେ । ୧୨ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିଲା ନିରିହ ଝିଅ ବେବି । ଗାଁରେ ଏକା ସାଗରର ଥିଲା ସ୍ମାର୍ଟ ଫୋନ । ଯେଉଁଥି ପାଇଁ ସାଗର ପାଖରେ ଜମୁଥିଲା ପିଲାଙ୍କ ଭିଡ । ଯାହାର ଫାଇଦା ଉଠାଇଥିଲା ସାଗର । ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖି ନିଜର ହିତାହିତ ଜ୍ଞାନ ଭୁଲିଯାଇଥିଲା ସାଗର ।

ବେବିକୁ ଟେକି ନେଇ ଘରଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା ନିଛାଟିଆ ଜାଗାରେ କରିଥିଲା ଦୁଷ୍କର୍ମ । ଘଟଣା ଜଣାପଡିଯିବା ଭୟରେ ସହିଠାରେ ହିଁ ବେବିକୁ ହତ୍ୟା କରିଥିଲା ସାଗର । ସେପଟେ ବେବିକୁ ନପାଇ ବ୍ୟସ୍ତ ବିବ୍ରତ ହେଉଥିଲେ ପରିବାର ଲୋକେ । ବହୁ ଖୋଜାଖୋଜି ପରେ ମିଳିନଥିଲା ବେବିର ପତ୍ତା । ଘଟଣାର ୫ ଦିନ ପରେ ଘରପଛ ଜଙ୍ଗଲରୁ ମିଳିଥିଲା ବେବିର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଁଚି ଛାନ ଭିନ କରିଥିଲା । ଅଭିଯୁକ୍ତ ସାଗର ଉପରେ ସନ୍ଦେହ ହେବାରୁ ତାକୁ ପଚରାଉଚରା କରିଥିଲା ପୋଲିସ ।

ଜେରା ବେଳେ ସାଗର ମାନିଥିଲା ଦୋଷ ।ନୟାଗଡ଼ରେ ଅସୁରକ୍ଷିତ ନାବାଳିକା । ପ୍ରଥମେ ପରୀ, ପରେ ବେବି । ନର ପିଶାଚଙ୍କ ଲୋଲୁପ ଦୃଷ୍ଠିରେ ପଡି ଜୀବନ ହାରିଲେଣି ଦୁଇ ନାବାଳିକା । ଏହା ଖାଲି ଗୋଟିଏ କି ଦୁଇଟି ଘଟଣା ନୁହେଁ, ରାଜ୍ୟରେ ପ୍ରତିଦିନ ଘଟୁଛି ଶିଶୁ ଅତ୍ୟାଚାର । ଏହାକୁ ରୋକିବା ପାଇଁ ସରକାର କଠୋର ଆଇନ ଆଣିବାକୁ ଦାବି କରିଛନ୍ତି ବୁଦ୍ଧିଜୀବି । ଦୋଷୀଙ୍କୁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ମିଳିଲେ ଆଉ କେହି ଏଭଳି ଅପରାଧ କରିବାକୁ ସାହସ କରିବେନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା