Masthead

ସର୍ବଦଳୀୟ ବୈଠକକୁ ନେଇ ବିଚଳିତ ହେଲାଣି ପାକିସ୍ତାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀର ନେତାଙ୍କ ସହ ଡକାଇଛନ୍ତି ସର୍ବଦଳୀୟ ବୈଠକ । ତେବେ ଏହି ବୈଠକ ପୂର୍ବରୁ ଏବେ ପାକିସ୍ତାନରେ ଆରମ୍ଭ ହୋଇଛି ମାନସ ମନ୍ଥନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେଠାକାର ଗୁଇନ୍ଦା ସଂସ୍ଥା ଆଇଏସଆଇର ହେଡ଼ ଅଫିସକୁ ଗସ୍ତ କରିଛନ୍ତି । ସେଠାରେ ଏକ ବୈଠକ ମଧ୍ୟ କରିଛନ୍ତି ଇମ୍ରାନ । ଏହି ବୈଠକରେ ପାକିସ୍ତାନ ସେନାଧ୍ୟକ୍ଷ ଓ ଆଇଏସଆଇର ବଡ଼ ବଡ଼ ଅଧିକାରୀମାନେ ସାମିଲ ଥିଲେ । ତେବେ ସର୍ବଦଳୀୟ ବୈଠକ ପ୍ରଧାନମନ୍ତ୍ରୀ ଡକାଇବା ପରେ ଇମ୍ରାନ ଖାନ ଆଇଏସଆଇର ମୁଖ୍ୟାଳୟକୁ ଦୁଇଥର ଗସ୍ତ କରିସାରିଲେଣି । ଆଉ କାଶ୍ମୀରରେ ହେଉଥିବା ଗତିବିଧି ଉପରେ ମଧ୍ୟ ପାକିସ୍ତାନ ନଜର ରଖିଛି ।

ତେବେ ଏହା ମଧ୍ୟରେ ଦୁଇ ଦୁଇ ଥର ଆଇଏସଆଇର ହେଡ଼ କ୍ୱାଟରକୁ ଗସ୍ତ କରିବା ସାମାନ୍ୟ କଥା ନୁହେଁ ବୋଲି ଅନୁମାନ କରାଯାଉଛି । ସେପଟେ ପିଡିପି ମୁଖ୍ୟ ମେହବୁବା ମୁଫତି କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ପାକିସ୍ତାନ ସହ ଆଲୋଚନା କରନ୍ତୁ ବୋଲି ମଧ୍ୟ ବୟାନ ଦେଇଛନ୍ତି । ତେବେ ଆଜି ସର୍ବଦଳୀୟ ବୈଠକରେ ଜମ୍ମୁ କାଶ୍ମୀରକୁ ନେଇ କି ଆଲୋଚନା କରିବେ ପ୍ରଧାନମନ୍ତନ୍ତ୍ରୀ ତାହା ଏବେ ବି ଆଶଙ୍କା ମଧ୍ୟରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା