Masthead

ଆବାସ ଯୋଜନାରୁ ବଞ୍ଚିତ ଗରିବ ଦମ୍ପତି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ସମସ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମୌଳିକ ଆବଶ୍ୟକତା ଅଟେ । ଏହାକୁ ବାଦ ଦେଲେ ମଣିଷ ଚଳିବା କଷ୍ଟସାଧ୍ୟ । ଏହି ପରିପ୍ରେକ୍ଷୀରେ ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଆବାସ ଆଦି ବହୁ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ଏଥିପାଇଁ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ଖର୍ଚ୍ଚ କରାଯାଉଛି । ହେଲେ କେଉଁଠି ନା କେଉଁଠି ତ୍ରୁଟି ଯୋଗୁ ଏହି ଯୋଜନାଗୁଡିକ ବାସ୍ତବରେ ବାଟବଣା ହୋଇ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ।

ବେଣୁଧର ସାହୁ, ବୟସ ପ୍ରାୟ ୫୬ । ପର ଦୋକାନରେ ଅଇଁଠା ପ୍ଲେଟ ଓ ଚା ଗ୍ଲାସ ଧୋଇଲେ ପେଟକୁ ଦାନା ଯାଇଥାଏ । ସେପଟେ ସେ ଫାଇଲେରିଆ ଆକ୍ରାନ୍ତ । ତାଙ୍କ ସ୍ତ୍ରୀ ବାସନ୍ତୀ ମଧ୍ୟ ପରଘରେ ବାସନ ମାଜନ୍ତି । ବାତ୍ୟା ୟାଶରେ ତାଙ୍କର ଚାଳ ଛପର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି।ସରକାରୀ ଅଧିକାରୀ ପାଲ ଓ ୬୦୦୦ ଟଙ୍କା ଦେଇ କାମ ସାରି ଦେଇଛନ୍ତି । ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଓ ଭତ୍ତା ମିଳିଛି । ଏହି ଦମ୍ପତି ଏବେ ପରଘରେ ଆଶ୍ରୟ ନେଉଛନ୍ତି। ଓଳିଏ ଖାଇଲେ ଆର ଓଳି ଉପବାସ । ଯଦି ସରକାର ଏହି ଦମ୍ପତିଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ସହ ତାଙ୍କର ଗୋଡ଼ ଭଲ ହେବା ପାଇଁ ଉତ୍ତମ ଚିକିତ୍ସା ଯୋଗାଇ ଦିଅନ୍ତେ ତେବେ ଏହି ଦମ୍ପତିଙ୍କ ଦିନ ଭଲରେ କଟିପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର