Masthead

ଶୂନ୍ୟ ପଡ଼ିଛି ରତ୍ନ ସିଂହାସନ

ପୁରୀ(ବଡ଼ ଖବର ବ୍ୟୁରୋ): ସେବକ ଓ ଭକ୍ତ ମହଲରେ ଭାଳେଣି ପଡ଼ିଛି । ପ୍ରଭୁଙ୍କୁ ଏବେ ନିଆଯିବ ଅନବସର ପିଣ୍ଡି । ସେଇଠି ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ସେବା ଶୁଶ୍ରୁଷା ହେବେ ମହାବାହୁ । ସେବକମାନେ ଫୁଲୁରି ତେଲ ଲାଗି କରିବେ । ୧୫ ଦିନ ଯାଏଁ ମହାପ୍ରଭୁ ନିଜକୁ ସମସ୍ତଙ୍କଠାରୁ ଦୂରେଇ ରଖି ଚିକିତ୍ସିତ ହେବେ । କରୋନା କାଳରେ ଆମେ ଯାହାକୁ ସଙ୍ଗରୋଧ ବୋଲି କହୁଛେ । ସେତେବେଳେ ଯାଏଁ ସେବକମାନଙ୍କୁ ଛାଡ଼ିଲେ କେହି ବି କରିପାରିବେ ନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ଦର୍ଶନ । ଏହି ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ଥାନରେ ପଟି ଦିଅଁ ପୂଜାର ପରମ୍ପରା ରହିଛି । ଭଗବାନ ଅଣସର ଘରେ ରୁହନ୍ତି ତେଣୁ ଏହି ସମୟରେ ପୂଜା ପା’ନ୍ତି ପଟିଦିଅଁ । ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କର ତିନୋଟି ପଟୋଚିତ୍ରକୁ ମନ୍ଦିର ମଧ୍ୟରେ ପୂଜା କରାଯାଏ । ଏହି ଫଟୋ ଚିତ୍ର ଗୁଡ଼ିକୁ ‘ଅନବସର ପଟି’ କୁହାଯାଏ ।

ତେବେ ସ୍ନାନପୂର୍ଣ୍ଣିମାରେ ରତ୍ନ ସିଂହାସନ ଛାଡ଼ିଥିବା ମହାପ୍ରଭୁ ରତ୍ନବେଦୀକୁ ଆଉ ଏବେ ଫେରିବେ ନାହିଁ । କାହିଁକି ନା ଅପୂର୍ବ ଲୀଳା ଆରମ୍ଭ ହେଲା । ସୁସ୍ଥ ହେବା ପରେ ନବଯୌବନ ବେଶରେ ଦର୍ଶନ ଦେବେ । ସେଠୁ ସିଧା ଆଷାଢ ଶୁକ୍ଳ ଦ୍ୱିତୀୟାରେ ରଥରେ ବସି ଘୋଷଯାତ୍ରାରେ ବାହାରିଯିବେ ଶ୍ରୀଗୁଣ୍ଡିଚାକୁ । ସେଠାରେ ୯ ଦିନର ରହଣି ପରେ ବାହୁଡ଼ିବେ । ସୁନାବେଶ, ଅଧରପଣା ସାରି ନୀଳାଦ୍ରି ବିଜେରେ ନୀଳକନ୍ଦରକୁ ଫେରିବେ ତିନି ଠାକୁର । ସେ ଯାଏଁ, ଶୂନ୍ୟ ରହିବ ରତ୍ନସିଂହାସନ । ଖାଲି ରତ୍ନ ସିଂହାସନ ନୁହେଁ, ମାତ୍ର ୪ ଦିନ ତଳେ ଜଗତର ନାଥଙ୍କ ହାତ ଧରିଥିବା ଲକ୍ଷ୍ମୀ ସାଆନ୍ତାଣି ବି ସହିବେ ଦୂରତାର କଷ୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼