ସରକାର କହିଲେ ବିକ୍ରି ହେବ କେବଳ ହଲମାର୍କ ସୁନା, ବିନା ହଲମାର୍କ ସୁନାର କରିବେ କ’ଣ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୁନାର କ୍ରୟ ବିକ୍ରୟରେ ହଲମାର୍କିଂ ବାଧ୍ୟତାମୂଳକ । ଯାହାକୁ ନେଇ ବିନା ହଲମାର୍କ ସୁନାଗହଣା ରଖିଥିବା ଲୋକଙ୍କ ଚିନ୍ତା ବଢ଼ିଛି । ଏହାକୁ ବିକ୍ରି କରିବା ଠାରୁ ପୁଣି ସୁନା ବନ୍ଧକ ଋଣ ପର୍ଯ୍ୟନ୍ତ ଏହାକୁ କେମିତି ବ୍ୟବହାର କରିବେ ତାହାକୁ ନେଇ ଲୋକମାନଙ୍କ ମନରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ତେଣୁ ବିନା ହଲମାର୍କ ସୁନା ଗହଣା ଉପରେ ସରକାର ଜାରି କରିଛନ୍ତି ନିୟମ । କେନ୍ଦ୍ର ସରକାର ସୁନା ଗହଣା ଠାରୁ ପୁଣି ସୁନାର କ୍ରୟ ବିକ୍ରୟ ନେଇ ନୂଆ ଗାଇଡ ଲାଇନ୍ ଜାରି କରିସାରିଛନ୍ତି । ଏହି ଗାଇଡ଼ଲାଇନ ଅନୁସାରେ ହଲମାର୍କରେ ସୁନା ଗହଣା ବିକ୍ରି କରି ପାରିବେ ନାହିଁ ଗହଣା ଦୋକାନୀ ।

ଏଭଳି ସ୍ଥଳେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ସେମାନଙ୍କ ନିକଟରେ ଥିବା ସୁନା ଗହଣା ବା ସୁନାକୁ ସେମାନେ କିଭଳି ବିକ୍ରି କରିବେ । ଏହାସହ ସେମାନେ ଭାବୁଛନ୍ତି କି ବିନା ହଲମାର୍କରେ ଥିବା ଗହଣାକୁ ସେମାନେ କିଭଳି ଭାବେ ହଲମାର୍କିଂ କରିପାରିବେ । ତେବେ ଗ୍ରାହକଙ୍କଠାରୁ ସୁନା କିଣିବା ପାଇଁ ହଲମାର୍କିଂ ନିୟମ ଲାଗୁ ହେବ ନାହିଁ । ହେଲେ ସାରା ଦେଶର ୨୫୬ ଜିଲ୍ଲାରେ ଜୁନ ୧୬ ତାରିଖ ଠାରୁ ଗହଣା ବ୍ୟବସାୟୀ ମାନେ କେବଳ ହଲମାର୍କିଂ ସୁନା ଗହଣା ବିକ୍ରି କରିପାରିବେ । ଅନ୍ୟପଟେ ଗ୍ରାହକମାନଙ୍କ ଠାରୁ ସୁନା ବ୍ୟବସାୟୀ ବା ଗହଣା ଦୋକାନୀ ମାନେ ବିନା ହଲମାର୍କିଂ ସୁନା ବା ସୁନାର ଗହଣା କିଣି ତାକୁ ପୁଣି ନିୟମ ମୁତାବକ ହଲମାର୍କିଂ କରିପାରିବେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ