Masthead

ଆଜି ୟୁଜି-ପିଜି ପରୀକ୍ଷା ନେଇ ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ଆଜି ୟୁଜି-ପିଜି ପରୀକ୍ଷା ନେଇ ହୋଇପାରେ ନିଷ୍ପତ୍ତି । ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ସହ ଆଲୋଚନା କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ପରୀକ୍ଷା ହେବ ନା ନାହିଁ ସେନେଇ ଜଣାଇବାକୁ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସରକାରଙ୍କୁ ଜଣାଇବା ପାଇଁ କୁଳପତିମାନଙ୍କୁ ୭ ଦିନ ସମୟ ଦିଆଯାଇଥିଲା । ମହାମାରୀ ଯୋଗୁଁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲିଛି ।

ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । ତେଣୁ ପରୀକ୍ଷା ସଂକ୍ରାନ୍ତରେ ପିଲାମାନଙ୍କ ସହ ଆଲୋଚନା କରି ସରକାରଙ୍କୁ ଜଣାଇବା ପରେ ଚୂଡାନ୍ତ ନିଷ୍ପତ୍ତି ହେବ । ଶୁକ୍ରବାର ଏହି ଦିଗରେ ବିଶ୍ୱବିଦ୍ୟାଳୟ ଗୁଡିକର ଅଗ୍ରଗତି ନେଇ ଅନୁଧ୍ୟାନ କରିବେ ମନ୍ତ୍ରୀ । ବୈଠକରେ ୟୁଜି ଓ ପିଜି ନାମଲେଖା ସଂପର୍କରେ ମଧ୍ୟ ଆଲୋଚନା ହୋଇପାରେ । ଏହାବାଦ ଯୁକ୍ତ ୩ ପରୀକ୍ଷା ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ମନ୍ତ୍ରୀ ଅରୁଣ ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ