Masthead

ଏଟିଏମକୁ ଟଙ୍କା ବାହାର କରିବାକୁ ଯାଇ କୋଟିପତି

(ବଡ଼ ଖବର ବ୍ୟୁରୋ): ଫ୍ଲୋରିଡାର ଜଣେ ବୃଦ୍ଧା ମହିଳା ଘର ପାଖରେ ଥିବା ଏକ ଏଟିଏମକୁ ଟଙ୍କା ବାହାର କରିବାକୁ ଯାଇଥିଲେ । ଏଟିଏମରୁ ତାଙ୍କୁ ୧୪ଶହ ଟଙ୍କା ବାହାର କରିବାର ଥିଲା । ସେ ଯେତେବେଳେ ଏଟିଏମରୁ ୧୪ଶହ ଟଙ୍କା ବାହାର କଲେ, ସେ ଦେଖିଲେ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଅଛି । ଏହା ଦେଖି ବୃଦ୍ଧା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଡିପୋଜିଟ ହୋଇଛି ।

ଜୁଲିଆ ତାଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରିବା ଆଗରୁ ବାଲାନ୍ସ ଚେକ କରିଥିଲେ । ଗତ ଶନିବାର ସିଏ ଯେତେବେଳେ ଏଟିଏମରୁ ବାହାରିଥିବା ରସିଦ ଦେଖିଲେ ତାଙ୍କ ଆକାଉଣ୍ଟରେ ୯୯୯,୯୮.୮୫୫.୯୪ ଡଲାର ଥିଲା । ଭାରତୀୟ ମୁଦ୍ରା ଅନୁଯାୟୀ ୭୪,୩.୧୯,୪.୭୮୦.୯୪ ଟଙ୍କା । ଯେତେବେଳେ ଜୁଲିଆ ଜାଣିଲେ ଯେ, ତାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା ଅଛି, ତଥାପି ସେ ଏହି ଟଙ୍କାକୁ ସ୍ପର୍ଶ କରିନଥିଲେ । ବର୍ତ୍ତମାନ ସେ ଜଣେ ଅସ୍ଥାୟୀ କୋଟିପତି ହୋଇଛନ୍ତି । ଏହା କିପରି ଘଟିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ଅନୁସନ୍ଧାନ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର