Masthead

ଦିଗପହଣ୍ଡି ରାଜନିତୀରେ ହାଇଡ୍ରାମା

ଗଞ୍ଜାମ (ବଡ଼ ଖବର ବ୍ୟୁରୋ):ଗଞ୍ଜାମ ଜିଲ୍ଲାରେ ପୁଣି ରାଜନୈତିକ ହଟଚମଟ । ପୂର୍ବତନ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡିରେ ହାଇଡ୍ରାମା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।ଜୁନ ୧୧ରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ଅକାଳ ବିୟୋଗ ଘଟିଥିଲା। ସୁନୀତାଙ୍କ ବିୟୋଗ ପରେ ଅଧ୍ୟକ୍ଷା ନିର୍ବାଚନ ପାଇଁ ଅଗଷ୍ଟ ୩୧କୁ ଦିନ ଧାର୍ଯ୍ୟ ହୋଇଥିଲା । ନିର୍ବାଚନ ଆରମ୍ଭ ପୂର୍ବରୁ ନିର୍ବାଚନ ବାତିଲ କରିଥିଲେ ନିର୍ବାଚନ ଅଧିକାରୀ । ଏହି ଖବର ପାଇବା ପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ୨୬ ନମ୍ବର ଜୋନ ଜିଲ୍ଲା ପରିଷଦ ବିପିନ ପ୍ରଧାନଙ୍କ ସମର୍ଥକ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ।

ଏହି ଘଟଣାକୁ ନେଇ ଆଙ୍ଗୁଳି ଦେଖାଇଛନ୍ତି ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ।ନିର୍ବାଚନ ତାରିଖ ଘୋଷଣା ପରେ ବିପିନ ଚନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଓ ବିପ୍ଳବ ପାତ୍ରଙ୍କ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଛକାପଞ୍ଝା । କିଛି ସମିତି ସଭ୍ୟସଭ୍ୟାଙ୍କୁ ଉଭୟ ଗୋଷ୍ଠୀ ଉଠାଇନେଇଥିଲେ । ଘଟଣା ସମ୍ପର୍କରେ ନିର୍ବାଚନ ଅଧିକାରୀ ଜାଣିବା ପରେ ସେ ନିର୍ବାଚନକୁ ସ୍ଥଗିତ କରିଥିଲେ । କିନ୍ତୁ ଦଳ ବିରୋଧୀ କାର୍ୟ୍ୟ ପାଇଁ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଏଭଳି କାର୍ୟ ପାଇଁ ନିର୍ବାଚନ କମିଶନର ଠିକ୍ ପଦକ୍ଷେପ ନେଇଛନ୍ତି ବୋଲି ଆଇନଜୀବୀ କହିଛନ୍ତି।ତେବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନଙ୍କୁ ବିଜେଡିରୁ ବହିଷ୍କାର ଓ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବାତିଲର ପ୍ରଭାବ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ୨୦୨୪ରେ ପଡିବ ବୋଲି ଚର୍ଚ୍ଚା ଜୋର ଧରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା