Masthead

କିସ୍‌ କରି ପଦବୀ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

(ବଡ଼ ଖବର ବ୍ୟୁରୋ): ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । କିସ୍ କରି ପଦବୀ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ । କରୋନା ନିୟମ ଉଲ୍ଲଂଘନ କରି ବ୍ରିଟେନର ସ୍ଵାସ୍ଥ୍ୟମନ୍ତ୍ରୀ ମଟ୍ ହାନକକ୍ ତାଙ୍କର ଜଣେ ଅନ୍ତରଙ୍ଗ ସହକର୍ମୀଙ୍କୁ ଚୁମ୍ବନ ଦେବା ସହ ଆଲିଙ୍ଗନ କରିଥିଲେ । ସେହି ଫଟୋ ଭାଇରାଲ ହେବା ପରେ ହାନକକ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦ ଦାୟିତ୍ବ ନେବେ ବୋଲି ଜଣାପଡ଼ିଛି ।

ଏହାକୁ ନେଇ ବିରୋଧୀମାନେ ମଟ୍ ହାନକକଙ୍କ ଉପରେ କୋଭିଡ ନିୟମ ଉଲଙ୍ଘନ କରିଥିବା ଅଭିଯୋଗ ଆଣିଥିଲେ । ହାନକକଙ୍କ ଅଫିସର କର୍ମଚାରୀମାନେ ବି ହାନକଳଙ୍କ ଉପରେ ଅଭିଯୋଗ ଆଣିଥିଲେ । ଏହାପରେ ହାନକକ୍ ଏଭଳି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।

ପରେ ହାନକକ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି କି “ମହାମାରୀ ସମୟରେ ଲୋକମାନେ ଯେଭଳି ତ୍ୟାଗ କରିଛନ୍ତି ତାକୁ ନେଇ ମୁଁ ସେମାନଙ୍କ ପାଖରେ ଋଣୀ, ମୁଁ ନିୟମର ଉଲଙ୍ଘନ କରି ସେମାନଙ୍କୁ ନିରାଶ କରିଛି” । ଅନ୍ୟପଟେ ହାନକକଙ୍କ ଇସ୍ତଫା ପତ୍ର ପାଇବା ପରେ ପ୍ରଧାନମନ୍ତ୍ରୀ ଜନସନ ଦୁଃଖ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ