ଜାମ୍ମୁ କାଶ୍ମୀରରେ ବର୍ବର କାଣ୍ଡ : ଏସପିଓ ଏବଂ ପତ୍ନୀଙ୍କୁ ହତ୍ୟା, ଝିଅ ଗୁରୁତର

(ବଡ଼ ଖବର ବ୍ୟୁରୋ): ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଅଭାବନୀୟ କାଣ୍ଡ ଘଟାଇବାରେ ଲାଗିଛିନ୍ତି । ଏୟାରପୋର୍ଟର ଏୟାରଫୋର୍ସ ଷ୍ଟେସନରେ ଆତଙ୍କୀମାନେ ଡ୍ରୋନ ଆଟାକ କରିବା ପରେ ଏବେ କରିଛନ୍ତି ବର୍ବର କାଣ୍ଡ । ଜମ୍ମୁ କଶ୍ମୀରର ତ୍ରାଲରେ ଆତଙ୍କବାଦୀମାନେ ଘରେ ପଶି ଜଣେ ଏସପିଓ ଓ ତାଙ୍କ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ସହିଦ ହୋଇଥିବା ଏସପିଓ ଯବାନ ହେଉଛନ୍ତି ଫାଇଜଲ ଅହମଦ । ତେବେ ସହିଦ ଯବାନଙ୍କ ଝିଅ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଶ୍ମୀର ଜୋନ ଅବନ୍ତୀପୋରାର ହରିପରିଗିଗାମର ରହୁଥିବା ଏସପିଓ ଯବାନ ଅହମଦଙ୍କ ହଠାତ୍ ଆତଙ୍କବାଦୀମାନେ ଘରେ ପଶିଥିଲେ । ତେବେ କେହି କିଛି ବୁଝିବା ପୂର୍ବରୁ ସେମାନେ ଆଖି ବୁଜା ଗୁଳିଚଳାଇଥିଲେ ।

ଏହି ଗୁଳିମାଡ଼ରେ ଅହମଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପତ୍ନୀ ଓ ଝିଅ ଗୁରୁତର ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀଙ୍କ ମୃତ୍ୟୁ ହେବା ସହ ଝିଅ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଖବର ପାଇ ସେହି ଅଞ୍ଚଳରେ ସେନା ପକ୍ଷରୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’