Masthead

ମାଟ୍ରିକ ରେଜଲ୍ଟକୁ ନେଇ ବଢ଼ୁଛି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ

କଟକ(ବଡ଼ ଖବର ବ୍ୟୁରୋ): ମାଟ୍ରିକ ରେଜଲ୍ଟକୁ ନେଇ ବଢ଼ୁଛି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ । ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ଛାତ୍ରଛାତ୍ରୀ ସ୍କୁଲ ଘେରାଉ କରିଥିବା ଦେଖିବାକୁ ମିଳିଛି । କଟକ ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ରଛାତ୍ରୀ ସ୍କୁଲରେ ହୋହାଲ୍ଲା କରିବା ସହ ଶିକ୍ଷକ ମାନଙ୍କୁ ଘେରିଛନ୍ତି । ଏହି ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବୋର୍ଡ଼ ଦେଇଥିବା ନମ୍ବରରେ ତ୍ରୁଟି ରହିଥିବା ଅଭିଯୋଗ କରିଛନ୍ତି । ସେମାନଙ୍କୁ ମିଳିଥିବା ମାର୍କ ଅନୁସାରେ ସେମାନଙ୍କୁ ଭଲ କଲେଜରେ ଯୁକ୍ତ ଦୁଇ ପଢ଼ିବା ସୁଯୋଗ ମିଳିବନିି ବୋଲି ସେମାନେ ଦର୍ଶାଇଛନ୍ତି । ଯେଉଁ କାରଣରୁ ସେମାନେ ପୁନଃ ମୂଲ୍ୟାୟନ ଦାବି କରିଛନ୍ତି । ମିଳିଥିବା ମାର୍କ ସେମାନଙ୍କ କ୍ୟାରିଅରରେ ବାଧା ସୃଷ୍ଟି କରିବ ।

ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ବୋର୍ଡ଼ ତାଙ୍କୁ ୪୫୮ ନମ୍ବର ଦେଇଛି । ଏହା ମୋଟ ମାର୍କର ୭୬% ହେଉଛି । କିନ୍ତୁ ଯେଉଁ ଫର୍ମୁଲାରେ ତାଙ୍କର ମୁଲ୍ୟାୟନ ହୋଇଛି ତାହା ଦେଖିଲେ ସେ ମୋଟ ୫୨୩ ନମ୍ବର ରଖିବା କଥା । ତେଣୁ ବୋର୍ଡ଼ ଯେଉଁ ନମ୍ବର ଦେଇଛି ସେହିଅନୁସାରେ ତାଙ୍କୁ ଭଲ କଲେଜରେ ଆଡ଼ମିସନ ମିଳିପାରିବନି । ଯଦିଓ ମିଳିବ ସେ ତାଙ୍କ ଇଚ୍ଛା ମୁତାବକ ସାଇନ୍ସ ନେଇ ପଢ଼ିପାରିବେ ନାହିଁ । ଏଭଳି ଅନେକ ଅଭିଯୋଗ ଏବେ ମାଟ୍ରିକ ରେଜଲ୍ଟକୁ ନେଇ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ