Masthead

ଡ୍ରୋନ ବିସ୍ଫୋରଣ ପ୍ରସଙ୍ଗ ଜାତିସଂଘରେ ଉଠାଇଲା ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜମ୍ମୁର ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପ୍ରସଙ୍ଗକୁ ମିଳିତ ଜାତିସଂଘରେ ଉଠାଇଛି ଭାରତ । ଆତଙ୍କବାଦୀମାନେ ଡ୍ରୋନ ବ୍ୟବହାର କରି ବିସ୍ଫୋରଣ କରିଛନ୍ତି ବୋଲି ଭାରତ କହିଛି । ଆଭ୍ୟନ୍ତରୀଣ ସୁରକ୍ଷା ସଚିବ ଭିଏସକେ କୌମୁଦି କହିଛନ୍ତି ଯେ, ଆତଙ୍କବାଦୀମାନେ ପାକିସ୍ତାନ ସୀମାରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ମାନବ ବିହୀନ ବିମାନ ବ୍ୟବହାର କରୁଛନ୍ତି । ନୂତନ ଜ୍ଞାନକୌଶଳକୁ ଆତଙ୍କବାଦୀମାନେ ଅପବ୍ୟବହାର କରୁଛନ୍ତି । ଯାହାକି ,କ ବଡ଼ ବିପଦ ଭାବେ ଉଭା ହୋଇଛି । ଆତଙ୍କବାଦ ପ୍ରଚାର କରିବା, ଗୁଜବ ପ୍ରଚାର କରାଇବା ଏବଂ କ୍ୟାଡର ନିଯୁକ୍ତି ପାଇଁ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଭଳି ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାକୁ ଅପବ୍ୟବହାର କରାଯାଉଛି।

ଏଥିସହ ଆତଙ୍କବାଦକୁ ଆର୍ଥିକ ସହାୟତା ଦେବା ପାଇଁ ନୂତନ ପେମେଣ୍ଟ ପଦ୍ଧତି ଏବଂ କ୍ରାଉଡ ଫଣ୍ଡିଂ ପ୍ଲାଟଫର୍ମର ଅପବ୍ୟବହାର କରାଯାଉଛି। ସଦସ୍ୟ ରାଷ୍ଟ୍ରର ଆତଙ୍କବାଦ ବିରୋଧୀ ଏଜେନ୍ସିର ମୁଖ୍ୟମାନଙ୍କ ଦ୍ୱିତୀୟ ଉଚ୍ଚସ୍ତରୀୟ ସମ୍ମିଳନୀରେ ସେ କହିଛନ୍ତି, “ଏକ ଶସ୍ତା ମୂଲ୍ୟର ବିକଳ୍ପ ଏବଂ ସହଜରେ ଉପଲବ୍ଧ ହେଉଥିବାରୁ ଆତଙ୍କବାଦୀ ଡ୍ରୋନକୁ ଗୁପ୍ତ ତଥ୍ୟ ସଂଗ୍ରହ, ଅସ୍ତ୍ରଶସ୍ତ୍ର / ବିସ୍ଫୋରକ ଚୋରା ଚାଲାଣ ଏବଂ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ