Masthead

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦାମରେ ଲାଗୁନି ରୋକ । ପୁଣି ଏଲପିଜିର ଦାମ ବଢ଼ିଛି । ବିନା ସବସିଡିଯୁକ୍ତ ସିଲିଣ୍ଡର ପିଛା ଦାମ ୨୫ ଟଙ୍କା ମହଙ୍ଗା ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ପ୍ରତି ଦାମ ୮୩୪ ଟଙ୍କା ହୋଇଛି । ପୂର୍ବରୁ ଦାମ୍ ୮୦୯ ଟଙ୍କା ଥିଲା । ଏପ୍ରିଲ ମାସରେ ୧୦ ଟଙ୍କା ଶସ୍ତା ହୋଇଥିଲା ବିନା ସବସିଡିଯୁକ୍ତ ସିଲିଣ୍ଡର ଦାମ୍ । ତେବେ ମେ ଓ ଜୁନରେ ବଢ଼ି ନଥିଲା ।

ସେହିପରି କୋଲକାତାରେ ବର୍ଦ୍ଧିତ ଦର ଲାଗୁ ପରେ ଏଲପିଜି ସିଲିଣ୍ଡର ଦାମ୍ ୮୬୧ ଓ ମୁମ୍ବାଇରେ ୮୩୪ରୁ ୮୫୦ ଟଙ୍କାରେ ବିକ୍ରି ହେଉଛି । ଦିଲ୍ଲୀର ଚଳିତବର୍ଷ ଏଲପିଜି ସିଲିଣ୍ଡର ଦାମରେ ୧୩୮ ଟଙ୍କା ବୃଦ୍ଧି ହୋଇଛି । ଚଳିତବର୍ଷ ଜାନୁଆରୀ ୧ ତାରିଖରେ ଦାମ୍ ଥିଲା ୬୯୪ ଟଙ୍କା । ଆଜି ୮୩୪ ଟଙ୍କାରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର