Masthead

ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଜୁଲାଇ ମାସରେ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଦ୍ଵାରା ଜାରି ଛୁଟି ତାଲିକାରେ ବିଭିନ୍ନ ଧାର୍ମିକ ଉତ୍ସବ ପାଇଁ ୯ଟି ଛୁଟି ଦିନ ରହିଛି। ଅବଶ୍ୟ ଏଗୁଡ଼ିକ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ରହିଛି। କିନ୍ତୁ ସମୁଦାୟ ଛୁଟିକୁ ହିସାବ କଲେ ୧୫ ଦିନ ରହୁଛି।

ଚଳିତ ମାସ ୪ଟି ରବିବାର ଓ ଦ୍ଵିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ୬ ଦିନ ସାପ୍ତାହିକ ଛୁଟି ରହୁଛି। ୧୨ ତାରିଖରେ ରଥଯାତ୍ରା ପାଇଁ ଓଡ଼ିଶା ଓ ମଣିପୁରରେ ଛୁଟି ରହୁଥିବା ବେଳେ, କଙ୍ଗ ପାଇଁ ରାଜସ୍ଥାନରେ ଛୁଟି ରହୁଛି।୧୩ ଜୁଲାଇରେ ଭାନୁ ଜୟନ୍ତୀ ଓ ୧୪ ଜୁଲାଇରେ ଏକ ସ୍ଥାନୀୟ ପର୍ବ ପାଇଁ ସିକିମରେ ଛୁଟି ରହୁଛି। ୧୪ ଜୁଲାଇରେ ହରେଲା ପୂଜା ପାଇଁ ଉତ୍ତରାଖଣ୍ଡରେ ଛୁଟି ରହୁଛି। ୧୭ ଜୁଲାଇରେ ମେଘାଳୟର ମହାନ ସ୍ଵାଧୀନତା ସଂଗ୍ରାମୀ ଟ୍ରିଅଟ ସିଂହଙ୍କ ସ୍ମାରକୀ ଦିବସ ଓ ଖରାଚିପ ପୂଜା ପାଇଁ ମେଘାଳୟ ଓ ତ୍ରିପୁରାରେ ଛୁଟି ଦିନ ରହିଛି। ସେହିଭଳି ୧୯ ତାରିଖରେ ଗୁରୁ ରିମ୍ପୋଚେ ଥଙ୍ଗକାର ତେସୁଙ୍କ ଜନ୍ନଦିବସ ପାଇଁ ମେଘାଳୟରେ ଛୁଟି ରହୁଛି।

୧୯ ଓ ୨୦ରେ ବକ୍ରି ଇଦ୍ ଓ ଇଦ୍ ଅଲ ଆଧା ପାଇଁ ବ୍ୟାଙ୍କ ଛୁଟି ରହୁଛି। ୩୧ ଜୁଲାଇରେ କେର୍ ପୂଜା ପାଇଁ ତ୍ରିପୁରାରେ ବ୍ୟାଙ୍କ ଛୁଟି ରହୁଛି। ବକ୍ରି ଇଦ୍ ଓ ଇଦ୍ ଅଲ୍ ଆଧା ପାଇଁ ଦେଶର ଅଧିକ ରାଜ୍ୟରେ ଛୁଟି ଦନ ରହୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ