Masthead

କଟିଲା ହଜାର ହଜାର ବୃକ୍ଷ , ପ୍ରଶାସନ ଚୁପ

ଜଗନ୍ନାଥ ପ୍ରସାଦ (ବଡ଼ ଖବର ବ୍ୟୁରୋ) : ସାରାବିଶ୍ୱ ଅମ୍ଳଜାନ ଅଭାବର ସମସ୍ୟାକୁ ସାମ୍ନା କରୁଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଅମ୍ଳଜାନ ଅଭାବରୁ ହିଁ ଚାଲିଯାଉଛି । ବୃକ୍ଷ ରୋପଣ ପାଇଁ ସାରାବିଶ୍ୱରେ ପ୍ରାଥମିକ ଦିଆଯାଉଥିବା ବେଳେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି । କିନ୍ତୁ ଆଜିର ଚିତ୍ର ସମ୍ପୂର୍ଣ ଅଲଗା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଏହାର ବିନାଶର ଉଦାହରଣ ଦେଖିବାକୁ ମିଳିଛି ।  ପାହାଡ଼ ଘେରା ପରିବେଶ ସତଗୁଣେ ଶୋଭାବର୍ଧନ କରୁଥିବା ହଜାର ହଜାର ଗଛକୁ ସ୍ଥାନୀୟରେ କିଛି ନିଜକୁ ଜମିର ମାଲିକ ଦାବି କରୁଛନ୍ତି । କିଛି ଅସାଧୁ ବ୍ୟକ୍ତିଙ୍କ ପରୋଚନାରେ ଜଙ୍ଗଲରୁ ହଜାର ହଜାର ଦାମୀ ଗଛକୁ କାଟିଦିଆ ଯାଇଛି ।  ସ୍ଥାନୀୟ ଆଦିବାସୀ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଯାହାକୁ ନେଇ ୩ ଦିନ ଧରି ଗଞ୍ଜାମ ଜିଲ୍ଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳ, ଉତ୍ତର ଘୁମୁସର ବନବିଭାଗ ଅଧିକାରୀ ଓ ସ୍ଥାନୀୟ ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦିଆଯାଇଥିଲା ଓ ବନ ବିଭାଗ ଓ ରାଜସ୍ବ ବିଭାଗ ଅଧିକାରୀ ଓ କର୍ମଚାରୀ ଦେଖାଣିଆ ଭାବରେ କଟାଯାଇଥିବା ଗଛ ପରିଦର୍ଶନ କରି ସେଠାରୁ ଚୁପଚାପ ଚାଲିଯାଇଥିଲେ । ଖୋଦ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀଙ୍କର ନିର୍ବାଚନ ମଣ୍ଡଳୀରେ ଏଭଳି ଗଛ କଟାକୁ ନେଇ ତାଙ୍କ ବିଭାଗ ନିରବ ରହୁଥିବାରୁ ମନ୍ତ୍ରୀଙ୍କ କାର୍ୟ୍ୟ ଦକ୍ଷତା ପ୍ରତି ସ୍ଥାନୀୟ ବାସୀ ଆଙ୍ଗୁଳି ଉଠାଇଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ମଧ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ