Masthead

ବିଧାୟକ ଦଳ ବୈଠକରେ ଯୋଗ ଦେବାପାଇଁ ଡେରାଡୁନରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

ଡେରାଡୁନ(ବଡ଼ ଖବର ବ୍ୟୁରୋ): ଚୟନ ହେବେ ନୂତନ ମୁଖ୍ୟମନ୍ତ୍ରୀ । ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଆଜି ଅପରାହ୍ନରେ ହେବାକୁ ଥିବା ବିଧାୟକ ଦଳ ବୈଠକରେ ଯୋଗ ଦେବାକୁ ଡେରାଡୁନରେ ପହଞ୍ଚିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ବୈଠକ ବସିବା ପୂର୍ବରୁ କେନ୍ଦ୍ର ପର୍ଯ୍ୟବେକ୍ଷକ ଦଳ ରାଜ୍ୟ ବିଜେପିର ମୁଖ୍ୟଙ୍କୁ ସାକ୍ଷାତ କରିବେ । ମାତ୍ର ୪ ମାସ ଧରି ଦାୟିତ୍ବ ନିର୍ବାହ କରିବା ପରେ ଶୁକ୍ରବାର ଦିନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ତୀରଥ ସିଂହ ରାୱତ୍‌ଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ଲାଗି ଏହି ବୈଠକ ବସିବ।

ବିଜେପିର ମୁଖପାତ୍ର ମନବୀର ସିଂହ ଚୌହାନ କହିଛନ୍ତି ଦୁଇଜଣ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ- ତୋମାର ଓ ଦଳର ସାଧାରଣ ସମ୍ପାଦିକା ଡି ପୁରନ୍ଦେଶ୍ବରୀ ଏବଂ ବିଜେପି ରାଜ୍ୟ ପ୍ରଭାରୀ ଦୁଶ୍ୟନ୍ତ କୁମାର ଗୌତମ ଏବଂ ସହ ପ୍ରଭାରୀ ରେଖା ବର୍ମା ଡେରାଡୁନ୍‌ରେ ପହଞ୍ଚିଛନ୍ତି। ବିଜେପିର ଏକ ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ମନ୍ତ୍ରୀ ସତପାଲ ମହାରାଜ ଏବଂ ଧନ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ ହେବାର ବିଶେଷ ସମ୍ଭାବନା ଅଛି। ଏହାଛଡ଼ା, ବିଧାୟକ ଋତୁ ଖଣ୍ଡୁରି ଏବଂ ପୁଷ୍କର ଧାମି ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ ହୋଇ ପାରନ୍ତି। କିନ୍ତୁ, କେନ୍ଦ୍ରୀୟ ନେତୃତ୍ବର ଅନୁମୋଦନ ପରେ ଯାହା କିଛି ଚୂଡ଼ାନ୍ତ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା