ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ଭୁବନେଶ୍ବର ପରେ ଏଣିକି ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ଟଳିବ ଟିକା ସଂକଟ। ବ୍ରହ୍ମପୁରରେ ପହଞ୍ଚିଲା କୋଭାକ୍ସିନ ଟିକା । ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ କୋଭାକ୍ସିନ୍ ଟିକା ଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମକୁ ଚିଠି ଲେଖିଥିଲେ ସ୍ବାସ୍ଥ୍ୟ ବିଭାଗ ଏସିଏସ ।

ବ୍ରହ୍ମପୁର ସିଟି ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର କୋଭାକ୍ସିନ୍ ଟିକା ପହଞ୍ଚିଛି। ରବିବାର ଗଞ୍ଜାମ ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରକୁ ଏହା ବିତରଣ କରାଯିବ । ଯେଉଁମାନେ ପ୍ରଥମ ଡୋଜ୍ କୋଭିସିଲ୍‌ଡ ନେଇଛନ୍ତି, ସେମାନେ ଦ୍ବିତୀୟ ଡୋଜ୍ ମଧ୍ୟ କୋଭିସିଲ୍‌ଡ ନେବେ। ଯେଉଁମାନେ ପ୍ରଥମ ଡୋଜ୍‌ ନେବେ, ସେମାନେ କୋଭାକ୍ସିନ୍ ଟିକା ନେବେ। ଗତ କିଛିଦିନ ହେବ ଜିଲ୍ଲାରେ ଟିକା ଅଭାବ ଯୋଗୁ ଟିକାକରଣ ବନ୍ଦ ରହିଥିଲା। ଫଳରେ ଲୋକମାନେ ଟିକାକେନ୍ଦ୍ରରୁ ନିରାଶ ହୋଇ ଫେରୁଥିଲେ। ତେବେ ବର୍ତ୍ତମାନ ଟିକା ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲାବାସୀ ଖୁସି ପ୍ରକଟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!