Masthead

ଫିଲିପାଇନ୍ସରେ ବଡ ଧରଣର ବିମାନ ଦୁର୍ଘଟଣା

(ବଡ଼ ଖବର ବ୍ୟୁରୋ): ଫିଲିପାଇନ୍ସରେ ବଡ ଧରଣର ବିମାନ ଦୁର୍ଘଟଣା । ସୂଚନା ମୁତାବକ ସେନାରେ ବିମାନ ଦୁର୍ଘଟଣା ହୋଇଛି । ଯେତେବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେତେବେଳେ ବିମାନରେ ୮୫ ଜଣ ଯାତ୍ରୀ ଥିଲେ । ଫିଲପାଇନ୍ସ ସେନା ପ୍ରମୁଖ ସିରିଲିଟେ ସୋବେଜନା କହିଛନ୍ତି କି ଦୁର୍ଘଟଣା ଦକ୍ଷିଣ ଫିଲିପାଇନ୍ସରେ ହୋଇଛି ।

ବିମାନରେ ଥିବା ୮୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଫିଲିପାଇନ୍ସ ବାୟୁସେନାର ସି-୧୩୦ ବିମାନଟି ରବିବାର ଦିନ ସକାଳେ ପାଟିକୁଲ ନିକଟରେ ଦୁର୍ଘଟଣାରେ ଶିକାର ହୋଇଛି । ବିମାନଟି ଯେତେବେଳେ ସୁଲୁ ପ୍ରାନ୍ତ ଜିଲ୍ଲା ଦ୍ୱୀପ ନିକଟରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା

ସେହି ସମୟରେ ବିମାନରେ ନିଆଁ ଲାଗିଯାଇଥିଲା । ବିମାନଟି ତଳକୁ ଓହ୍ଲାଇବା ବେଳକୁ ପୁରା ବିମାନରେ ନିଆଁ ଲାଗିସାରିଥିଲା । ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି ।ଏହାସହ ଅନ୍ୟ ଲୋକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । ବିମାନରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ