Masthead

ବଲିଉଡରେ ସରିଛି ଦିଲୀପ ଯୁଗ !

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଚାଲିଗଲେ ଦିଲୀପ । ଫିଲ୍ମ ଦୁନିଆରେ ଗୋଟିଏ ଯୁଗର ଅବସାନ ଘଟିଲା । ଜୀବନ ଯୁଦ୍ଧରେ ହାରିଗଲେ ଦିଲୀପ । ଛାଡି ଗଲେ ଅମାପ କିର୍ତ୍ତୀ, ମରି ବି ମରି ପାରିନାହାନ୍ତି ସେ । ଅଗଣିତ ଦର୍ଶକଙ୍କ ମନରେ ଆଜି ବି ଚୀର ସବୁଜ । ୟୁସୁଫ୍ ଖାନ ରୁ ଦିଲୀପ କୁମାର । ୧୯୨୨ ଡିସେମ୍ବର ୧୧ରେ ଅଖଣ୍ଡ ଭାରତ ପେସାୱାର ଠାରେ ଜନ୍ମ ଗ୍ରହଣ କରିଥିଲେ ଦିଲୀପ । ଦିଲୀପଙ୍କ ପ୍ରାରମ୍ଭିକ ଜୀବନ ଦଃଖମୟ ଥିଲା ସତ, ହେଲେ ନିଜ ସଂଘର୍ଷ ବଳରେ ବଦଳାଇ ଥିଲେ ଜୀବନ ଧାରା ।୧୯୪୪ରେ ଜୁଆର୍ ଭଟ୍ଟାରୁ ଆରମ୍ଭ ହୁଏ ତାଙ୍କ ଚଳଚ୍ଚିତ୍ର ଜୀବନ ।

ଆଉ ତା ପରଠୁ ଅଟକି ନାହାଁନ୍ତି ଦିଲୀପ । ବଲିଉଡ ଜଗତରେ ତାଙ୍କର ଅଛି ଅତୁଳନୀୟ ଅବଦାନ । ଏମିତି ଏକ ସମୟ ଥିଲା ଚଳଚ୍ଚିତ୍ର କହିଲେ ଲୋକେ ଦିଲୀପ କୁମାରଙ୍କୁ ହିଁ ବୁଝନ୍ତି । ଭାରତରେ ଯଦି କାହାକୁ ସୁପରଷ୍ଟାର ଆଖ୍ୟା ମିଳିଥାଏ ,ସେ ହେଉଛନ୍ତି ଦିଲୀପ କୁମାର । କାହାଣୀ ନୁହଁ ବରଂ ଦିଲୀପଙ୍କ ଅଭିନୟ ଦେଖିବାକୁ ପ୍ରେକ୍ଷାଳୟରେ ଭିଡ ଲାଗୁଥିଲା । ଖାଲି ସେତିକି ନୁହଁ, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଭିଡ ଲାଗୁଥିଲା ଦିଲୀପଙ୍କ ଘର ଆଗରେ ।

ବଲିଉଡ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ । ଫୁଟପାଥ୍, ଦେବଦାଶ, କ୍ରାନ୍ତି, ମିଲନ, ମେଲା, ଆନ୍ଦାଜ , ଆନ ଏମିତି ଅନେକ ହିଟ୍ ଫିଲ୍ମ ସେ ଭୋଟି ଦେଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିଜ୍କୁ ତାଙ୍କରୁ ଏହି ଅବଦାନ ପାଇଁ ସେ ୧୯୯୪ ରେ ଦାଦା ସାହେବ ଫାଲକେ ଆୱାର୍ଡ ଭଳି ଶ୍ରେଷ୍ଠ ପୁରସ୍କାର ପାଇଛନ୍ତି ।

ଖାଲି ସେତିକି ନହେଁ, ତାଙ୍କର ଆକର୍ଷଣୀୟ ଅଭିନୟ, ସମାଜ ପାଇଁ ପ୍ରତିବଦ୍ଧତା ଯୋଗୁଁ ୨୦୧୫ରେ ଭାରତ ସରକାର ପଦ୍ମବିଭୁଷଣରେ ମଧ୍ୟ ଦିଲୀପଙ୍କୁ ସମ୍ମାନୀତ କରିଛନ୍ତି । ଆଜି ନାହାନ୍ତି ଦିଲୀପ,ହେଲେ ତାଙ୍କ ଅଭିନୟ ସବୁଦିନ ପାଇଁ ଚିରସ୍ନରଣୀୟ ହୋଇ ରହିବ । ତାଙ୍କ ବିୟୋଗରେ କଳାଜଗତ ସ୍ତବ୍ଧ ହୋଇଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼