Masthead

ହିମାଚଳରେ ପ୍ରକୃତିର ତାଣ୍ଡବ ନେଲାଣି ୮୦ରୁ ଅଧିକ ଜୀବନ

ହିମାଚଳ (ବଡ଼ ଖବର ବ୍ୟୁରୋ): ଦେବ ଭୂମିରେ ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶରେ ହାହାକାର । ୫ ଦିନର ପ୍ରଳୟରେ ନିଜ ଆତ୍ମିୟସ୍ବଜନଙ୍କ ମୃତଦେହ ଖୋଜୁଛନ୍ତି ସମ୍ପର୍କୀୟ । ସିମଲାର ସମରହିଲ ଅଞ୍ଚଳରେ ୧୪ ଅଗଷ୍ଟରେ ଘଟିଥିବା ଭୂସ୍ଖଳନ ଅନେକଙ୍କୁ କରିଦେଇଛି ଅନାଥ । ଉଜାଡି ଦେଇଛି ଅନେକଙ୍କ ପରିବାର । ଏହାପରେ ବି ଶାନ୍ତ ପଡିନି ପ୍ରକୃତିର ତାଣ୍ଡବ । ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘଟୁଛି ଅଘଟଣ । ୧ହଜାରରୁ ଅଧିକ ଘର ଧସିଯାଇଛି । ମୃତ୍ୟୁ ସଂଖ୍ୟା ୮୦ରୁ ଅଧିକ ହୋଇଥିବାବେଳେ ଆହୁରି ଅନେକ ଶବ ମାଟିତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି ।

ମହାବିପତ୍ତି ପରେ ଚାଲିଛି ରେସ୍କ୍ୟୁ ଅପରେସନ । ସିମଲାର ସମରହିଲ, କାଙ୍ଗ୍ରା ଜିଲ୍ଲାର ଇନ୍ଦୋରା ଓ ଫତେପୁରରେ ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟାନ୍ୟ ବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ପ୍ରଳୟର କରାଳ ରୂପରେ ଉତ୍ତରାଖଣ୍ଡ ବି ଥରହର ହୋଇଉଠିଛି । ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଡେରାଡୁନର ଲାଙ୍ଘା ଲଖନରେ ଜାରି ରହିଛି ରେସ୍କ୍ୟୁ ଅପରେସନ । ଋଷିକେଶସ୍ଥିତ ରାମ ଝୁଲାରେ ଫାଟ ଦେଖାଦେବାରୁ ରାମ ଝୁଲାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ଡେରାଡୁନର ଜଖନରେ ବି ଧସିଯାଇଛି ବହୁ ଘର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ