Masthead

ଚିକେନ ଦୋକାନରୁ କ୍ୟାବିନେଟ ମନ୍ତ୍ରୀ

(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର ଟାଣୁଆ ନେତା ନାରାୟଣ ରାଣେ। ସେ ଶିବସେନାରୁ ରାଜନୀତି ଆରମ୍ଭ କରିଥିଲେ । ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଆପଣ ଜାଣି ଚକିତ ହେବେ ଏହି ନେତା ଦିନେ ଚିକେନ ଦୋକାନ କରିଥିଲେ ଓ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ ।

ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ସମର୍ଥନରେ ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ଦଳରେ ମତଭେଦ ଯୋଗୁଁ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସର ପରାଜୟ ଏବଂ ବିଜେପି କ୍ଷମତାକୁ ଫେରିଲା ପରେ ସେ ଭାରତୀୟ ଜନତା ପାର୍ଟି ସହ ହାତ ମିଳାଇଥିଲେ। ସେ କେବଳ ସାତ ମାସ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ମହାରାଷ୍ଟ୍ରରେ ରାଣେଙ୍କର ଏକ ଦୃଢ଼ ସମର୍ଥନ ଆଧାର ରହିଛି । ୧୯୯୬ରେ ନାରାୟଣ ରାଣେ ଶିବସେନା-ବିଜେପି ସରକାରରେ ରାଜସ୍ୱ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଏହାପରେ ମନୋହର ଯୋଶୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ରାଣେ ୧ ଫେବୃଆରୀ ୧୯୯୯ ରେ ଶିବସେନା-ବିଜେପି ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଏହାପରେ ତାଙ୍କୁ ଦଳ ଛାଡିବାକୁ ପଡିଲା ଏବଂ ସେ ୨୦୦୫ ରେ କଂଗ୍ରେସରେ ଯୋଗ ଦେଇଥିଲେ। ଶିବସେନାଠାରୁ ଅଲଗା ହେବା ପରେ ମଧ୍ୟ ରାଣେ ବିଧାନସଭା ନିର୍ବାଚନରେ ଜିତିଥିଲେ ଏବଂ ସେ ଜଣେ ବିଧାୟକ ହୋଇଥିଲେ। ସେ କଂଗ୍ରେସ ସରକାରରେ ରାଜ୍ୟର ରାଜସ୍ୱ ମନ୍ତ୍ରୀ ଥିଲେ। ପ୍ରାୟ ତିନି ଦଶନ୍ଧିର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ନାରାୟଣ ରାଣେ ୧୦ ଏପ୍ରିଲ ୧୯୫୨ ରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ନାରାୟଣ ରାଣେ ଏକ ଚିକେନ୍ ଦୋକାନ ଖୋଲିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ